ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡର ଦବଙ୍ଗ ଖାଁ ମାନେ ସଲମାନ ଖାଁଙ୍କ ଫିଲ୍ମ ରେସ-୩ ବକ୍ସ ଅଫିସରେ ଆୟର ବର୍ଷା କରୁଛି । ଏହି ଫିଲ୍ମଟି ରିଲିଜ୍ ହେବାର ୩ ଦିନ ଭିତରେ ୧୦୦ କୋଟି ଟଙ୍କା ଆୟ କରିସାରିଥିଲା । ଫିଲ୍ମର ବମ୍ଫର ଆୟକୁ ନଜରରେ ରଖି ଭାଗ ନେବାକୁ ଆଗେଇ ଆସିଛନ୍ତି ଏହି ଦୁଇ କଳାକାର । ରାକ୍ଷୀ ସାୱାନ୍ତ ଏବଂ ଆର୍ଶି ଖାନ୍ ଦୁହେଁ ସଲମାନଙ୍କ ‘ରେସ-୩’ ର ୧୦୦ କୋଟି ଆୟରୁ ୫ କୋଟି ଟଙ୍କା ଦାବି କରିଛନ୍ତି ।
ପ୍ରକୃତରେ ଫିଲ୍ମ ‘ରେସ-୩’ ର ଆୟକୁ ନେଇ ଜଣେ ସାମ୍ବାଦିକ ଯେତେବେଳେ ଆର୍ଶିଙ୍କୁ ପ୍ରଶ୍ନ କରିଥିଲେ, ସେତେବେଳେ ସେ କହିଥିଲେ କି ଏହି ଫିଲ୍ମର ଆୟରୁ ସଲମାନ୍ ଖାଁ ମୋତେ ୫ କୋଟି ଟଙ୍କା ଦେବା ଉଚିତ୍ । ଆର୍ଶିଙ୍କ ପରେ ରାକ୍ଷୀ ସାୱାନ୍ତ ମଧ୍ୟ ଟଙ୍କାର ଦାବି କରିଥିଲେ । ରାକ୍ଷୀ କହିଥିଲେ କି ଲୋକମାନଙ୍କୁ ଫିଲ୍ମ ଦେଖିବା ପାଇଁ ମୁଁ ଅପିଲ କରିଥିଲି, ସେଥିପାଇଁ ମୋତେ ବି ଟଙ୍କା ମିଳିବା ଉଚିତ୍ । ଏହାବ୍ୟତୀତ ରାକ୍ଷୀ ସଲମାନଙ୍କ ପ୍ରଶଂସା କରି କହିଛନ୍ତି ଯେ, ସଲମାନ୍ ଏହି ଫିଲ୍ମରେ ହଲିଉଡି ଷ୍ଟାରଙ୍କ ଭଳି ନଜର ଆସୁଛନ୍ତି । ସଲମାନ୍ ଙ୍କ ପାଇଁ ମୁଁ ଏହି ଫିଲ୍ମ ଦେଖିଛି ।