ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡର ଦିଗଜ୍ଜ ଅଭିନେତା ଋଷି କପୁର ଗତ କିଛି ଦିନ ହେବ କର୍କଟ ରୋଗ ସହ ଲଢୁଥିଲେ । ମାତ୍ର ଏବେ ଋଷି କପୁରଙ୍କ ସ୍ୱାସ୍ଥ୍ୟକୁ ନେଇ ଖୁସି ଖବର ସାମ୍ନାକୁ ଆସିଛି । ଋଷିଙ୍କ ଘନିଷ୍ଠ ବନ୍ଧୁ ତଥା ଫିଲ୍ମମେକର ରାହୁଲ ରାଭେଲ ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ହୁଏତ ନୀତୁ ସିଂହ ଏବଂ ରଣବୀର ସିଂହଙ୍କ ନିକଟରୁ କୌଣସି ଆଧିକାରିକ ସୂଚନା ମିଳିନାହିଁ ।
ଫେସବୁକ୍ ରେ ଋଷିଙ୍କ ସହିତ ରାହୁଲ ରାଭେଲ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି କି, ‘ଋଷି କପୁର ଏବେ କ୍ୟାନ୍ସର ଫ୍ରି ହୋଇଯାଇଛନ୍ତି ।’ ଏହି ପୋଷ୍ଟକୁ ଦେଖିବା ପରେ ଫ୍ୟାନ୍ସମାନଙ୍କ ମଧ୍ୟରେ ଖୁସୀର ଲହରୀ ଖେଳି ଯାଇଛି । କର୍କଟ ଭଳି ରୋଗ ସହ ଯୁଦ୍ଧ କରି ଜିତିବାକୁ ନେଇ ଫ୍ୟାନ୍ସମାନେ ତାଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି ।
RISHI KAPOOR (CHINTU) is CANCER FREE!!!!🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Rahul Rawail ಅವರಿಂದ ಈ ದಿನದಂದು ಪೋಸ್ಟ್ ಮಾಡಲಾಗಿದೆ ಸೋಮವಾರ, ಏಪ್ರಿಲ್ 29, 2019
ଗତବର୍ଷ ସେପ୍ଟେମ୍ବର ମାସରେ ଚିକିତ୍ସା ପାଇଁ ଋଷି କପୁର ନ୍ୟୁୟର୍କ ଯାଇଥିଲେ । କିନ୍ତୁ ଏନେଇ ଋଷି କପୁର କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ସୂଚନା ମିଳିନଥିଲା । ଏନେଇ ଜଣେ ବଲିଉଡ କଳାକାର ସୋସିଆଲ ମିଡିଆ ଜରିଆରେ ଜଣାଇଥିଲେ ।