ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଲିଉଡ କଳାକାର ମାନଙ୍କ କାହାଣୀ ଏବଂ ସଂଘର୍ଷ ବିଷୟରେ ତ କୌଣସି ଇଂଟରଭ୍ୟୁ ଜରିଆରେ ଆପଣମାନେ ଜାଣିପାରିଥାନ୍ତି କିନ୍ତୁ ପରଦା ପଛରେ କାମ କରୁଥିବା ନିର୍ଦ୍ଦେଶକ, ପ୍ରଜୋଯକ ଏବଂ ଅନ୍ୟ କୃ ସଦସ୍ୟଙ୍କ କାହାଣୀ ସଂଘର୍ଷ ବିଷୟରେ ସହଜରେ ଜଣାପଡିନଥାଏ । ସେହିପରି ଆଜି ଆମେ ଏଭଳି ଜଣେ ପ୍ରଯୋଜକଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ସର୍ବଦା ନିଜ ଭଲ କାମକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ।
ଫିଲ୍ମ ନିର୍ମାତା ନିଧି ପରମାରଙ୍କ କାହାଣୀ ଏବେ ଖୁବ୍ ଚର୍ଚ୍ଚା ସାଉଣ୍ଟୁଛି । ତାପସୀ ପନ୍ନୁ ଏବଂ ଭୂମି ପେଡନେକର ଅଭିନୀତ ଫିଲ୍ମ ‘ସାଣ୍ଡ କି ଆଙ୍ଖ’ ର ନିର୍ମାତା ନିଧି ଏକ ପୋଷ୍ଟ ସେୟାର କରିଛନ୍ତି ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ସେ ଏଥିରେ କହିଛନ୍ତି କି, ୩୭ ବର୍ଷ ବୟସରେ ମୁଁ ମୋ ଏଗ ଫ୍ରିଜ କରିଦେଇଥିଲି । ମୁଁ ମା ହେବାକୁ ଚାହୁଁଥିଲି କିନ୍ତୁ ମୋ କ୍ୟାରିଅରକୁ ମଧ୍ୟ ପ୍ରାଥମିକତା ଦେବାକୁ ଚାହୁଁଥିଲି । ଏହାପରେ ମୁଁ ଏବଂ ମୋ ସ୍ୱାମୀ ଏଗ ଫ୍ରିଜ୍ କରିବାର ନିଷ୍ପତି ନେଇଥିଲୁ ।
ଗତ ବର୍ଷ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ନିଧି । ଏହାପରେ ତାଙ୍କର ଅନେକ ସ୍ତନ୍ୟପାନ ନଷ୍ଟ ହେଉଥିବାର ଅନୁଭବ କରିଥିଲେ । କାରଣ ତାଙ୍କ ପୁଅ ଭଲକି ଖୀର ପିଉନଥିଲା । ସେ କ୍ଷୀର ଷ୍ଟୋର କରି ରଖୁଥିଲେ ମଧ୍ୟ ତାହା ନଷ୍ଟ ହେଉଥିଲା । ଏହପରେ ସେ ଇଣ୍ଟନନେଟରୁ ବ୍ରେଷ୍ଟ ମିଲ୍କ ଡୋନେଟ ବିଷୟରେ ଜାଣିବାକୁ ପାଇଲେ । ଡାକ୍ତରଖାନା ଯାଇ ଦେଖିବାକୁ ପାଇଲେ ସେ ଅନେକ ପିଲାଙ୍କୁ କ୍ଷୀରର ଆବଶ୍ୟକତା ରହିଛି । ସେବେଠୁ ସେ ବ୍ରେଷ୍ଟ ମିଲ୍କ ଡୋନେଟେ କରିବାର ନିଷ୍ପତି ନେଲେ । ଏହାସହିତ ସେ ଏପର୍ଯ୍ୟନ୍ତ ୧୦୦ ଲିଟର କ୍ଷୀର ଡୋନେଟ କରିସାରିଲେଣି ।