ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତ୍ରୀ ସୋନମ କପୁରଙ୍କ ସହିତ ଆନନ୍ଦ ଅହୁଜାଙ୍କ ବିବାହ ଆଉ ମାତ୍ର ୫ ଦିନ ବାକି ଅଛି । ବିବାହର ସାଜ ସଜାକୁ ନେଇ ଖୁବ୍ ବ୍ୟସ୍ତ ଅଛନ୍ତି ଏହି ଦୁଇ ପରିବାର । ଏହି ସମୟରେ ସୋନମଙ୍କର ବିବାହ ପତ୍ରିକା ଭାଇରାଲ ହୋଇଛି ।
ଖବର ମୁତାବକ, ମେ’ ୮ରେ ସୋନମ ଏବଂ ଆନନ୍ଦ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ହୁଏତ ଆଗରୁ ଏନେଇ ଦୁଇଜଣଙ୍କ ପରିବାର ପକ୍ଷରୁ ଘୋଷଣା କରାଯାଇଥିଲା । କିନ୍ତୁ ଏବେ ବିବାହର ପତ୍ରିକା ସାମ୍ନାକ ଆସିଛି । ଦୁଇଜଣଙ୍କର ବିବହା ପତ୍ରିକା ପୂରା ସିଂପଲ ହୋଇଛି । ଏବଂ ଏଥିରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଚିତ୍ରଣ କରାଯାଇଛି ।
ମେ’ ୭ରେ ମେହେନ୍ଦି ଉତ୍ସବ ପାଳନ କରାଯିବ । ବିବାହ ପତ୍ରିକା ଅନୁଯାୟୀ ଏହି ଦିନ ସମସ୍ତ ବ୍ୟକ୍ତି ଧଳା ରଙ୍ଗର ପୋଷାକ ପିନ୍ଧିବେ ।ତାହାସହିତ ବଲିଉଡର ସମସ୍ତ କଳାକାର ଏହି ଉତ୍ସବରେ ସାମିଲ ହେବା ପରେ ଉତ୍ସବଟିରେ ଚାରିଚାନ୍ଦ ଲାଗିଯିବ । ମେ’ ୮ରେ ବିବାହ ସକାଳ ୧୧ଟାରୁ ଅରମ୍ଭ ହୋଇ ୧୨.୩୦ ପର୍ଯ୍ୟନ୍ତି ଚାଲିବ । ଏବଂ ସେହି ଦିନ ରାତିରେ ମୁମ୍ବାଇର ‘ଦ ଲିଲା’ରେ ପ୍ରିତିଭୋନର ଆୟୋଜନ କରାଯାଇଛି । ଯେଉଁଥିରେ ବଲିଉଡର କଳାକାର ମାନେ ନଜର ଆସିବେ ।
ଏହି ବିବାହ ପତ୍ରିକାରେ ସଂଗୀତ ଉତ୍ସବ ବିଷୟରେ ଲେଖା ହୋଇନଥିଲେ ମଧ୍ୟ ପ୍ରଥମରୁ ମିଳିଥିବା ରିପୋର୍ଟ ମୁତାବକ କରଣ ଜୋହର ଏହି ସଂଗୀତ ଉତ୍ସବର ଦାୟିତ୍ୱରେ ରହିଥିଲେ ଏବଂ ଫରାହା ଖାନ୍ କୋରିୟଗ୍ରାଫି କରୁଥିଲେ ।