ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତ୍ରୀ ସନ୍ନି ଲିଓନିଙ୍କୁ ଗୋଟେ ଘଣ୍ଟା ପର୍ଯ୍ୟନ୍ତ କସରତ କରିବାକୁ ପଡିଥିଲା । କାରଣ ସେ ଏକ ମଲ୍ ର ଷ୍ଟୋର ରୁମ୍ ରେ ଫସି ରହିଥିଲେ । ସେଠାରୁ ବାହାରକୁ ବାହାରିବା ତାଙ୍କ ପାଇଁ ମୁସକିଲ୍ ହୋଇପଡିଥିଲା । ସନ୍ନିଙ୍କ ସହ ପତି ଡାନିୟଲ ବେବର ଏବଂ ଡିଜାଇନର ରିୟାଜ ମଧ୍ୟ ଥିଲେ ।
ଋିପୋର୍ଟ ଅନୁଯାୟୀ, ସନ୍ନି ଲିଓନି ଏକ କ୍ଲଥ୍ ବ୍ରାଣ୍ଡର ଶୁଭାରମ୍ଭ ପାଇଁ ପହଞ୍ଚିଥିଲେ । ତାଙ୍କ ଆସିବା ଖବର ପ୍ରକାଶ ପାଇବା ପରେ ସେଠାରେ ଲୋକମାନଙ୍କର ଭାରି ଭରକମ ଭିଡ ଦେଖିବାକୁ ମିଳିଥିଲା । ସେଠରେ ସନ୍ନିଙ୍କର ଗୋଟେ ଝଲକ ପାଇବା ପାଇଁ ଲୋକମାନଙ୍କ ମଧ୍ୟରେ ଧକ୍କ୍ା ମରାମରି ଆରମ୍ଭ ହୋଇଯାଇଥିଲା । ଏହି ଭିଡକୁ ହଟେଇବା ପାଇଁ ଷ୍ଟୋର ମାଲିକ ସନ୍ନିଙ୍କୁ ଗୋଟେ ଘଣ୍ଟା ଯାଏଁ ଷ୍ଟୋର ରୁମ୍ ରେ ବନ୍ଦ କରି ରଖିଥିଲେ । ଷ୍ଟୋର ରୁମ୍ ରେ ସନ୍ନି ଅଣନିଶ୍ୱାସ ହୋଇ ସାହାସି ଯାଇଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ।