ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡର ବର୍ଷିଆନ ଅଭିନେତ୍ରୀ ଶ୍ରୀଦେବୀ ଆଜି ଆମମାନଙ୍କ ଗହଣରେ ନାହାନ୍ତି । କିନ୍ତୁ ତାଙ୍କ ଫ୍ୟାନ୍ସ ମାନଙ୍କ ହୃଦୟରେ ଆଜି ବି ସେ ଜୀବିତ ଅଛନ୍ତି । ଏହି ସମୟରେ ତାଙ୍କ ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟ ଏକ ବଡ ନିଷ୍ପତି ଶୁଣାଇଛି ।
ଅଭିନେତ୍ରୀ ଶ୍ରୀଦେବୀ ତ ସାରା ଦୁନିଆକୁ ଛାଡି ଚାଲିଗଲେ । କିନ୍ତୁ ତାଙ୍କର ମୃତ୍ୟୁ ପଛର ବିବାଦ ଏପର୍ଯ୍ୟନ୍ତ ତାଙ୍କ ପିଛା ଛାଡୁନି ।
ସୂଚନାନୁଯାୟୀ, ଫେବୃଆରୀ ୨୪ରେ ଦୁବାଇର ଏକ ହୋଟେଲରେ ଶ୍ରୀଦେବୀଙ୍କ ମର ଶରୀର ମିଳିଥିଲା । ଏବଂ ବାଥ-ଟପରେ ବୁଡି ତାଙ୍କର ମୃତ୍ୟୁ ହୋଇଛି ବୋଲି ଜାଣିବାକୁ ମିଳିଥିଲା । ମାତ୍ର ଏକ ଫିଲ୍ମ ନିର୍ମାତା ଏହି ମାମଲାକୁ ନେଇ ସୁପ୍ରିମକୋର୍ଟରେ ଉଠାଇ ଥିଲେ । ଯାହାକୁ ନେଇ ଆଜି ଶୁଣାଣି ହୋଇଛି । କିନ୍ତୁ ସୁପ୍ରିମ କୋର୍ଟ ଦ୍ୱାରା ଏହି ମାମଲାକୁ ଖାରଜ କରି ଦିଆଯାଇଛି ।
ଫିଲ୍ମ ନିର୍ମାତାଙ୍କ କହିବାନୁଯାୟୀ, ଯେଉଁ ସମୟରେ ଏହି ଘଟଣା ଘଟିଥିଲା ସେହି ସମୟରେ ସେ ନିଜେ ସେହି ହୋଟଲେରେ ଉପସ୍ଥିତ ଥିଲେ । ଏବଂ ଯେଉଁ କଥା ହୋଟେଲର କର୍ମଚାରୀମାନେ କହିଥିଲେ ତାହା ଶ୍ରୀଦେବୀଙ୍କ ପରିବାର ଦେଇଥିବା ବୟାନ ସହ ବିଲକୁଲ ମିଶୁନାହିଁ ।