ମୁମ୍ବାଇ (ଏଟିଆର ବ୍ୟୁରୋ): ତେଲୁଗୁ-ହିନ୍ଦୀ ସିନେମା ଜଗତର ବରିଷ୍ଠ ଫିଲ୍ମ ନିର୍ଦ୍ଦେଶକ କେ. ବିଶ୍ୱନାଥଙ୍କର ପରଲୋକ ଘଟିଛି । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା ।
ଦୀର୍ଘ ଦିନ ହେବ ବାର୍ଦ୍ଧ୍ୟକଜିନତ ରୋଗରେ ଚିକିତ୍ସିତ ହେଉଥିଲେ କେ. ବିଶ୍ୱନାଥ । ତାଙ୍କ ବିୟୋଗ ଖବର ଆସିବା ପରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି ।
ସେ ଅନେକ ହିନ୍ଦୀ-ତେଲୁଗୁ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ।