ମୁମ୍ବାଇ (ଏଟିଆର ବ୍ୟୁରୋ): ଗତ କିଛି ଦିନ ତଳେ ଶିଳ୍ପା ସେଠୀ ତାଙ୍କ ପୁଅ ଏବଂ ମା’ଙ୍କ ସହ ମିଶି ଏକ ବୃଦ୍ଧାଶ୍ରମରେ ପହଁଞ୍ଚି ଥିଲେ । ସେଠାରେ ଶିଳ୍ପା ତାଙ୍କ ପୁଅ ଭିଆନର ଜନ୍ମ ଦିନ ପୂର୍ବରୁ ବୃଦ୍ଧମାନଙ୍କୁ ଫଳ ଏବଂ ମିଠା ବାଣ୍ଟି ଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ । ତାଙ୍କର ଏହି ଭିଡିଓରେ ଜଣେ ୟୁଜର୍ସ ଶିଳ୍ପାଙ୍କୁ ଟ୍ରୋଲ କରି ଲେଖିଥିଲେ ଯେ, ‘ଅଭିନେତ୍ରୀ ଶସ୍ତା ଫଳ ବାଣ୍ଟି ବା ପରେ ସୋସିଆଲ ମିଡିଆରେ ତାହାକୁ ଜଣାଇଛନ୍ତି’ । ଏହାକୁ ନେଇ ଶିଳ୍ପା ୟୁଜର୍ସକୁ ଉତ୍ତର ଦେଇଛନ୍ତି ।
ଶିଳ୍ପା ଏହାର ଜବାବରେ ଲେଖିଛନ୍ତି ଯେ, ‘ବଡ ଦୁଃଖର କଥା ଆପଣ ଏଭଳି ଭାବୁଛନ୍ତି । ମୁଁ ସମସ୍ତଙ୍କ ପୂରା ଭୋଜନ କରାଇଥିଲି । ମୋର ସୋସିଆଲ ମିଡିଆରେ ଏହି ଭିଡିଓ ପୋଷ୍ଟ କରିବାର ଅର୍ଥ ହେଉଛି ସାମାଜିକ କାର୍ଯ୍ୟରେ ଲୋକମାନଙ୍କୁ ଜାଗୃତ କରେଇବା । ଯାହାଫଳରେ ଗରିବ ଅସହାୟ ଲୋକଙ୍କୁ ସାହାର୍ଯ୍ୟ ମିଳି ପାରିବ । ଏହି ଭିଡିଓ ଅନ୍ୟକୁ ଦେଖାଇବା ପାଇଁ ନଥିଲା’ ।