ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବର୍ଷିଆନ ବଙ୍ଗଳା ଅଭିନେତା ସୌମିତ୍ର ଚାଟାର୍ଜିଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ହେବ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ସେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।
ଗତ ଅକ୍ଟୋବର ୫ ତାରିଖରେ କରୋନା ସଂକ୍ରମିତ ହୋଇଥିଲେ ସୌମିତ୍ର ଚାଟାର୍ଜି । ଏହାପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯିବା ଫଳରେ ତାଙ୍କୁ ଆଇସିୟୁ ରେ ରଖାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁୀଧାର ନଆସିବାରୁ ତାଙ୍କୁ ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା ।
ହସ୍ପିଟାଲରେ ରହିବା ଦ୍ୱାରା ତାଙ୍କର ନ୍ୟୁରୋଲଜିକାଲ ସ୍ଥିତି ସବୁଠାରୁ ଅଧିକ ଖରାପ ହୋଇଯାଇଥିଲା । ଗତ ୪୮ ଘଣ୍ଟାରେ ତାଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହୋଇଯାଇଥିଲା । ଯାହାଫଳରେ ଆଜି ୧୨.୧୫ ରେ ସେ ତାଙ୍କର ଶେଷ ନିଶ୍ୱାଷ ତ୍ୟାଗ କରିଛନ୍ତି ।
ଅନ୍ୟପଟେ ଅଭିନେତା ସୌମିତ୍ର ଚାଟାର୍ଜିଙ୍କ ନିଧନରେ ଶୋକ ବ୍ୟକ୍ତି କରିଛନ୍ତି ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ।