ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ ବିବାଦ ଘେରରେ ଅନସ୍କ୍ରିନ ପିତା ତଥା ସଂସ୍କାରୀ ଅଭିନେତା ଆଲୋକ ନାଥ । ଦୁଷ୍କର୍ମ ମାମଲାରେ ଏବେ ଛନ୍ଦି ହୋଇଛନ୍ତି ଆଲୋକ ।ଏନେଇ ନବେ ଦଶକର ମଶହୁର ଲେଖିକା ତଥା ନିର୍ମାତା ବିନତା ନନ୍ଦା ଅଭିଯୋଗ କରିଛନ୍ତି ।
ନିଜର ସଂସ୍କାରୀ ଗୁଣ ପାଇଁ ବେଶ୍ ଜଣା ଶୁଣା ଏହି ଅଭିନେତାଙ୍କ ଉପରେ ଏଭଳି ଅଭିଯୋଗ ଖୋଦ ନିର୍ମାତା ତାଙ୍କ ଫେସବୁକ୍ ପେଜରେ ଲେଖିଛନ୍ତି । ସେ ଲେଖିଛନ୍ତି କି, ‘ମୁଁ ଦୀର୍ଘ ୧୯ ବର୍ଷ ହେଲା ଏହି କ୍ଷଣକୁ ଅପେକ୍ଷା କରି ରହିଥିଲି । ସେ ଜଣେ ମଦୁଆ ,ଦାୟିତ୍ୱହୀନ ଏବଂ ଖରାପ ବ୍ୟକ୍ତି ସହିତ ସେ ନବେ ଦଶକର ଅଭିନେତା ମଧ୍ୟ ଥିଲେ । ଏଥିପାଇଁ କେବଳ ତାଙ୍କ ଖରାପ ବ୍ୟବହାରକୁ କ୍ଷମା କରି ଦିଆଯାଉଥିଲା, ତାହାନୁହେଁ ବରଂ କିଛି ଲୋକ ତାଙ୍କୁ ଅଧିକ ଖରାପ ହେବା ପାଇଁ ଉସକାଉ ଥିଲେ । ସୋ’ର ମୁଖ୍ୟ ଅଭିନେତ୍ରୀଙ୍କୁ ବି ହଇରାଣ କରୁଥିଲେ ।
ନିଜ ସହ ଘଟିଥିବା ଖରାପ ଘଟଣା ବିଷୟରେ ନିର୍ମାତାଙ୍କ କହିବାନୁଯାୟୀ, ସେ ଗୋଟେ ଦିନ ଆଲୋକ ନାଥଙ୍କ ଘରେ ହୋଇଥିବା ପାର୍ଟିରେ ସାମିଲ ଥିଲେ । ସେଠାରୁ ସେ ବିଳମ୍ବିତ ରାତିରେ ଘରକୁ ବାହାରିଥିଲେ କିନ୍ତୁ ତାଙ୍କ ଡ୍ରିଙ୍କସରେ ଏଭଳି କିଛି ମିଶିଥିଲା । ଯେଉଁଥି ପାଇଁ ସେ ଖାଲି ପାଦରେ ଗରକୁ ଚାଲି ଚାଲି ଯିବା ଆରମ୍ଭ କରିଥିଲେ । ରାସ୍ତାରେ ଆଲୋକ ନାଥ ନିଜେ ଗାଡି ନେଇ ଆସି ନିର୍ମାତାଙ୍କୁ ବସିବା ପାଇଁ କହିଥିଲେ ଏବଂ ସେ ବିଶ୍ୱାସର ସହ ତାଙ୍କ ଗାଡିରେ ବସି ଯାଇଥିଲେ । ନିର୍ମାତ ଜଣଙ୍କ ବେହୋସ ଅବସ୍ଥାରେ ଥାଇ ବି ଆଲୋକ ନାଥ ତାଙ୍କ ପାଟିରେ ଆହୁରୀ ମଦ ଢାଳି ଚାଲିବା ସହ ତାଙ୍କ ସହ ହିଂସାକାଣ୍ଡ ମଧ୍ୟ କରିଥିଲେ । ତାପର ଦିନ ନିର୍ମାତା ତାଙ୍କ ବେଡ୍ ରୁ ଉଠି ପାରିନଥିଲେ । ଏଭଳି ଥରେ ନୁହେଁ ବାରମ୍ବାର ହୋଇଥିବାର ଆଲୋକ ନାଥଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ନିର୍ମାତା ।