ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତ୍ରୀ ୟାମି ଗୋତମଙ୍କୁ ବିଭିନ୍ନ ଭୂମିକାରେ ଅଭିନୟ କରିଥିବାର ଆପଣମାନେ ଦେଖିଥିବେ । ତାଙ୍କ ଫିଲ୍ମ ‘ବିକି ଡୋନର’ ହେଉ ବା ‘କାବିଲ’,ଏହାଛଡା ‘ସରକାର-୩’ । ଏହି ଅଭିନେତ୍ରୀ ଜଣଙ୍କ ଅଭିନୟ କଲାବେଳେ ସର୍ବଦା ଚରିତ୍ର ଭିତରେ ହଜି ଯାଇଥାନ୍ତି । ଏବେ ୟାମି ତାଙ୍କ ଆଗାମୀ ଫିଲ୍ମ ‘ଉରୀ’ରେ ବି ସେ ନିଜକୁ ଚରିତ୍ର ଭିତରେ ହଜାଇ ଦେଇଛନ୍ତି ।
ଏହି ଫିଲ୍ମ ପାଇଁ ୟାମି ନିଜର ଫିଜିକାଲ ଫିଟ୍ନେସ ସହିତ ସମ୍ପୂର୍ଣ୍ଣ ଲୁକ୍ କୁ ବଦଳାଇ ଦେଇଛନ୍ତି । ସେ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର ନୂଆ ଲୁକ୍ କୁ ପୋଷ୍ଟ କରିଛନ୍ତି । ସେ ଏଥିରେ ଏକ ବବ୍ ଷ୍ଟାଇଲର କେଶ କାଟିଥିବାର ନଜର ଆସୁଛନ୍ତି । ସେ ତାଙ୍କର ଅଭିନୟ ପାଇଁ ପ୍ରଥମ ଥର କେଶ କାଟିଥିବାର ଜାଣିବାକୁ ମିଳିଛି ।
ଏହି ଫିଲ୍ମର ନିର୍ଦ୍ଦେଶକ ସମେତ ସମ୍ପୂର୍ଣ୍ଣ ଟିମ୍ ମିଶି ୟାମିଙ୍କ କେଶ କିଭଳି ଷ୍ଟାଇଲ କରାଯିବ ତାହା ନିଷ୍ପତି ନେଇଥିଲେ । ଏହି ଲୁକରେ ୟାମି ଖୁବ୍ ସୁନ୍ଦର ଦେଖା ଯିବା ସହିତ, ତାଙ୍କର ଏହି ଫଟୋକୁ ୟୁଜର୍ସମାନେ ବହୁତ ପସନ୍ଦ କରୁଛନ୍ତି ।
ୟାମିଙ୍କ କହିବାନୁଯାୟୀ, ମୁଁ ଏହି ଫିଲ୍ମର ମୁଖ୍ୟ ଚରିତ୍ର ଲୁକ୍ ପାଇଁ ବହୁତ ଉତ୍ସାହିତ ଥିଲି । ଯେତେବେଳେ ଆଦିତ୍ୟ ମୋ ସହ କଥା ହେଲେ ସେତେବେଳେ ମୁଁ ଏହି ଚରିତ୍ରର ସୁଯୋଗ ହାତଛଡା କରିବାକୁ ଚାହୁଁନଥିଲି । ପ୍ରଥମେ ଚେଷ୍ଟା କଲି ତାପରେ ଆଗକୁ ମାଡିଚାଲିଲି । ମୋତେ ଏହି ଲୁକ୍ ବହୁତ ପସନ୍ଦ ଆସିଲା ଏବଂ ଦର୍ଶକଙ୍କୁ ମୋର ଏହି ଲୁକ୍ ପସନ୍ଦ ଆସିବ ବୋଲି ଆଶା ରହିଛି ।