ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ଗୋବିନ୍ଦା ଷ୍ଟାଇଲରେ ଡ୍ୟାନ୍ସ କରି ସାରା ଦେଶରେ ଚହଳ ସୃଷ୍ଟି କରିଥିବା ଚର୍ଚ୍ଚିତ ବ୍ୟକ୍ତି ହେଉଛନ୍ତି ସଞ୍ଜିବ ଶ୍ରୀବାସ୍ତବ । ଏବେ ସଞ୍ଜିବଙ୍କ ଭାଗ୍ୟ ବଦଳି ଯାଇଛି । ତାଙ୍କର ଏହି ଡ୍ୟାନ୍ସ ଭିଡିଓ ଭାଇରାଲ ହେବା ପରେ ଫିଲ୍ମ କଳାକାରଙ୍କ ସମେତ ନେତାମାନେ ମଧ୍ୟ ସଞ୍ଜିବଙ୍କୁ ଖୁବ୍ ପ୍ରଶଂସା କରିଥିଲେ ।
ଗୋଟେ ପଟେ ମଧ୍ୟପ୍ରଦେଶର ମୁଖ୍ୟ ମନ୍ତ୍ରୀ ସଞ୍ଜିବଙ୍କୁ ପ୍ରଶଂସା କରୁଥିବା ବେଳେ, ଅନ୍ୟପଟରେ ଅଭିନେତା ସୁନୀଲ ସେଟ୍ଟୀ ତାଙ୍କୁ ସାକ୍ଷାତକରିବା ପାଇଁ ମୁମ୍ବାଇ ଡକାଇଥିଲେ । ଏହାବ୍ୟତୀତ ବିଦିଶା ନଗର ନିଗମ ଲିମିଟେଡ ପକ୍ଷରୁ ସଞ୍ଜିବଙ୍କୁ ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତି କରାଯାଇଛି । କିନ୍ତୁ ଏବେ ସଞ୍ଜିବଙ୍କୁ ଆଉ ଏକ ବଡ ଅଫର ଆସିଛି ।
ସଞ୍ଜିବ ଏବେ ବଜାଜ ଆଲିଆଞ୍ଜ ସହ କାମ କରୁଛନ୍ତି, ସେ ଏହି କଂମ୍ପାନୀର ଜିଙ୍ଗଲ ‘ସମଝୋ ହୋ ଗୟା’ ରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଏହି ଭିଡିଓକୁ ସଞ୍ଜିବ ନିଜେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି ।
Happy to be working with Bajaj Allianz Life Insurance – My first commercial arrangement. Enjoyed dancing on Bajaj Allianz Samjho Ho Gaya song. Thanks for your gud wishes.#SanjeevShrivastava #DancingUncle #AapkeAaJaneSe #lifegoals #DancingUncleGetsBonus @cm2mile pic.twitter.com/RwEUUxQ46k
— Sanjeev Shrivastava (@DabbutheDancer) June 6, 2018
ଖବରମୁତାବକ, ସଞ୍ଜିବ ଶ୍ରୀବାସ୍ତବ ଫିଲ୍ମ ‘ଖୁଦ୍ଗର୍ଜ’ ର ଗୀତ ‘ଆପ କେ ଆ ଜାନେ ସେ’ ରେ ଡ୍ୟାନ୍ସ କରି ରାତାରାତି ଚର୍ଚ୍ଚିତ ହୋଇ ଯାଇଥିଲେ । ତାଙ୍କର ଏହି ଭିଡିଓକୁ ଗୋଟେ ଦିନରେ ଲକ୍ଷରୁ ଉର୍ଦ୍ଧ ସେୟାର କରାଯାଇଥିଲା । ଅଙ୍କଲଙ୍କର ଏହି ଗୋବିନ୍ଦା ଷ୍ଟାଇଲ ଡ୍ୟାନ୍ସ ଲୋକେ ଖୁବ୍ ପସନ୍ଦ କରିଥିଲେ ।