ମୁମ୍ବାଇ (ଏଟିଆର ବ୍ୟୁରୋ): ୨୦୧୯ର ଆରମ୍ଭ ଏକ ହୃଦୟସ୍ପର୍ଶୀ ଖବରରୁ ହିଁ କରିଛନ୍ତି ଡିମ୍ପଲଗର୍ଲ ଦୀପିକା ପାଦୁକୋନ୍ । ସେ ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଲେଖିଛନ୍ତି କି ବିଦେଶରେ କିପରି ତାଙ୍କ ନାଁ ରେ ଦୋଷା ମିଳୁଛି । ଆଜ୍ଞା ହଁ ଆମେରିକାର ଏକ ରେସ୍ତୋରାଂରେ ଏକ ଦୋଷାର ନାଁ ରହିଛି ଦୀପିକା ପାଦୁକୋନ୍ । ଯାହାର ଦାମ୍ ରହିଛି ୧୦ ଡଲାର । ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୭୦୦ ଟଙ୍କା ।
ଅନ୍ୟପଟେ ଦେଶରେ ବି ଦୀପିକା ପାଦୁକୋନଙ୍କ ନାଁରେ ଡିସ୍ ରହିଛି । ଟ୍ୱିଟରରେ ଜଣେ ଫ୍ୟାନ୍ ଦୀପିକାଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି କି ପୁନେରେ ତାଙ୍କ ନାଁରେ ଏକ ପରଠା ଥାଳୀ ରହିଛି । ଏହି ପୋଷ୍ଟକୁ ଦେଖି ଦୀପିକା ଦେଖି ଏକ ମଜାଳିଆ ରିଆକ୍ସନ ଦେଇଥିଲେ ।
ବଲିଉଡର ଡିମ୍ପଲଗର୍ଲ ଏବେ ରଣବୀରଙ୍କ ସହ ହନିମୁନ୍ ରେ ଯାଇଥିବା ସୂଚନା ମିଳିଛି । ଏହି ମଧ୍ୟରେ ରଣବୀରଙ୍କର ଲ୍ୟାଟେଷ୍ଟ ଫିଲ୍ମ ସିମ୍ବା ମଧ୍ୟ ବକ୍ସ ଅଫିସରେ ଧମାଲ କରୁଛି । ଏହାବ୍ୟତିତ ତାଙ୍କର ଆଗାମୀ ଫିଲ୍ମ ‘ଗଲି ବୟ’ର ପୋଷ୍ଟର ମଧ୍ୟ ସାମ୍ନାକୁ ଆସିଛି ।