ମୁମ୍ବାଇ (ଏଟିଆର ବ୍ୟୁରୋ): କର୍କଟ ଭଳି ମାରାତ୍ମକ ରୋଗର ଶିକାର ହୋଇଛନ୍ତି ଅଭିନେତା ତଥା ଫିଲ୍ମ ନିର୍ମାତା ରାକେଶ ରୋଶନ । ନିକଟରେ ତାଙ୍କ ଗଳାରେ ସ୍କ୍ୱାମସ୍ ସେଲ କର୍ସିନୋମା ହୋଇଥିବା ଜଣାପଡିଥିଲା । ଏନେଇ ତାଙ୍କ ପୁଅ ହ୍ରିତିକ୍ ରୋଶନ ସୋସିଆଲ ମିଡିଆରେ ଖୁଲାସା କରିଛନ୍ତି ।
ହ୍ରିତିକ୍ ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ପିତାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଏଥିରେ ବାପ-ପୁଅ ଦୁହେଁ ଗୋଟେ ପୋଜରେ ନଜର ଆସୁଛନ୍ତି । ଏହାସହିତ ସେ କ୍ୟାପସନ୍ ରେ ଲେଖିଛନ୍ତି କି, ‘ମୁଁ ଆଜି ସକାଳୁ ବାପାଙ୍କୁ ଫଟୋ ଉଠାଇବା ପାଇଁ ପଚାରିଲି, ମୁଁ ଜାଣିଥିଲି କି ସେ ସର୍ଜରୀ ଦିନ ବି ଏକ୍ସସାଇଜ୍ କରିବା ଛାଡିବେନି । ସେ ବହୁତ ମଜବୁତ୍ ।’
ସେ ଆହୁରୀ ମଧ୍ୟ ଲେଖିଛନ୍ତି କି, ‘ନିକଟରେ ତାଙ୍କ ବେକରେ ସ୍କ୍ୱାମସ୍ ସେଲ ହୋଇଥିବା ଜାଣିବାକୁ ମିଳିଥିଲା । ଆଜି ସେ ତାଙ୍କ ଯୁଦ୍ଧ ଲଢିବାକୁ ଯାଉଛନ୍ତି, କିନ୍ତୁ ତାପରେ ବି ତାଙ୍କ ଭିତରେ ଶକ୍ତି ଭରପୁର ହୋଇ ରହିଛି । ତାଙ୍କ ଭଳି ଲିଡର ପାଇ ଆମେ ବହୁତ ଭାଗ୍ୟଶଳୀ ’ । ଏହିଭଳି ଇମୋସନାଲ ମେସେଜ୍ କରିଛନ୍ତି ହ୍ରିତିକ୍ ତାଙ୍କ ସୋସିଆଲ ମିଡିଆରେ ।