ମୁମ୍ବାଇ(ଏଟିଆର ବ୍ୟୁରୋ): ବଲିଉଡରେ ଏବେ ବାୟୋପିକର ଟ୍ରେଣ୍ଡ ଚାଲିଛି । ପ୍ରଯୋଜକ ଓ ନିର୍ଦ୍ଦେଶକ ମାନେ ବିଶେଷକରି ଖେଳାଳି ମାନଙ୍କ ଉପରେ ବାୟୋପିକ ନିର୍ମାଣ କରିବାକୁ ଚାହୁଁଛନ୍ତି । ତେବେ ପୂର୍ବରୁ ବଲିଉଡରେ ଅନେକ ବାୟୋପିକ ତିଆରି ହୋଇଛି । ମହେନ୍ଦ୍ର ସିଂ ଧୋନି, ସଚିନ ତେନ୍ଦୁଲକର, ମେରି କମ୍, ପାନ ସିଂହ ତୋମର୍, ମହମ୍ମଦ ଅଝାରୁଦ୍ଦିନ୍ ପ୍ରମୁଖଙ୍କ ବାୟୋପିକ ବିଲିଉଡର ତିଆରି କରାଯାଇଛି । ତେବେ ବର୍ତ୍ତମାନ କରଣ ଜୋହର ଭାରତୀୟ ପୂର୍ବତନ ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଉପରେ ବାୟୋପିକ ତିଆରି କରିବାକୁ ଯାଉଛନ୍ତି । ସୂଚନା ଅନୁସାରେ ସୌରଭ ଗାଙ୍ଗୁଲିଙ୍କ ବାୟୋପିକରେ ହ୍ରିତିକ ରୋଶନ୍ ନଜର ଆସିବେ ।
ତେବେ ବର୍ତ୍ତମାନ ଚର୍ଚ୍ଚା ହେଉଛି ଯେ ସୌରଭ ଗାଙ୍ଗୁଲି ଓ କରଣ ଜୋହର ହାତ ମିଳାଇଛନ୍ତି । ଏନେଇ ସୌରଭ ଓ କରଣଙ୍କ ମଧ୍ୟରେ ଅନେକ ଥର ସାକ୍ଷାତ ହୋଇସାରିଛି । କିଛି ଦିନ ତଳେ ଏକ ଶୋ ରେ ସୌରଭଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ଯଦି ତାଙ୍କ ବାୟୋପିକ ତିଆରି ହେବ ତାହାଲେ ସେ କାହାକୁ ତାଙ୍କ ଭୂମିକାରେ ଦେଖିବାକୁ ଚାହୁଁଛନ୍ତି । ସୌରଭ ହ୍ରିତିକ୍ ଙ୍କ ନାଁ ନେଇଥିଲେ । ତେବେ ଯଦି ସୌରଭଙ୍କ ପସନ୍ଦ ଅନୁଯାଇ ହ୍ରିତିକ୍ ରାଜି ହୋଇଯିବେ ତାହାଲେ ସୌରଭଙ୍କ ବାୟୋପିକରେ ହ୍ରିତିକ୍ ଙ୍କୁ ଦେଖିବାକୁ ମିଳିବ । ତେବେ ପୂର୍ବରୁ ଏକତା କାପୁର ସୌରଭଙ୍କ ଉପରେ ବାୟୋପିକ ତିଆରି କରିବାକୁ ଚାହୁଁଥିଲେ । ହେଲେ କଥା ଆଗକୁ ବଢିପାରି ନଥିଲା । ବର୍ତ୍ତମାନ କରଣ ସୌରଭଙ୍କ ବାୟୋପିକ ପାଇଁ ଲିଡ ରୋଲ ଖୋଜୁଛନ୍ତି ।