ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଲିଉଡ ଅଭିନେତା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ । ପିପିଲି ବିଧାୟକ ପ୍ରଦୀପ ମହାରାଥୀଙ୍କର ଝିଅ ପଲ୍ଲବୀଙ୍କ ହାତ ଧରିଛନ୍ତି ଅର୍ଦ୍ଦେନ୍ଦୁ । ଗତକାଲି ହିନ୍ଦୁ ରିତୀ ନୀତି ଅନୁସାରେ ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ଗ୍ରାଉଣ୍ଡରେ ବେଶ ଧୁମଧାମରେ ଏହି ହାଇପ୍ରୋଫାଇଲ ବାହାଘରଟି ଶେଷ ହୋଇଛି । ହାତରେ ମେହେନ୍ଦୀ ସହ ଲାଲ ରଙ୍ଗର ଲେହେଙ୍ଗାରେ ବେଶ ସୁନ୍ଦର ଦେଖାଯାଉଥିବା ପଲ୍ଲବୀଙ୍କୁ ନିଜର ଜୀବନସାଥୀ ରୂପେ ପାଇବା ପାଇଁ ନାଚଗୀତ, ବାଜା ରୋଷଣୀ ନେଇ ବେଶ ଧୂମଧାବରେ ଆସି ମଣ୍ଡପରେ ପହଞ୍ଚିଥିଲେ ଅର୍ଦ୍ଦେନ୍ଦୁ ।
ଏହାପରେ ବେଶ ଧୁମଧାମରେ ବିବାହ ସମ୍ପର୍ଣ୍ଣ ହେବା ସହ ଅର୍ଦ୍ଦେନ୍ଦୁ ଓ ପଲ୍ଲବୀ ଦୁହେଁ ସାତ ଜନ୍ମ ଲାଗି ଜୀବନସାଥୀ ପାଲଟି ଯାଇଥିଲେ । ଏହି ହାଇପ୍ରୋଫାଇଲ ବିବାହରେ ଯୋଗ ଦେବା ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମନେ ବିଭିନ୍ନ ରାଜନେତା , ବ୍ୟବସାୟୀ, ସିନେ କଳାକାରଙ୍କ ସମେତ ବହୁ ହାଇପ୍ରୋଫାଇଲ ଲୋକ ଯୋଗ ଦେଇ ନୂଆ ଯୋଡୀଙ୍କୁ ଆର୍ଶୀବାଦ ଦେଇଥିଲେ । ତେବେ ଆସନ୍ତାକାଲି ନୟାପଲ୍ଳୀ ଇଡକଲ ଗ୍ରାଉଣ୍ଡରେ ରିସେପସନ ପାର୍ଟି ଆୟୋଜିତ ହେବ ବୋଲି ଜାଣିବାକୁ ମିଳିଛି ।