ମୁମ୍ବାଇ, (ଏଟିଆରବ୍ୟୁରୋ): ଏକ ରିଆଲିଟି ସୋ’ରୁ ନିଜର ଗାୟିକା କ୍ୟାରିୟର ଆରମ୍ଭ କରିଥିବା ନେହା କିଛି ଦିନ ତଳେ ଏକ ସୋ’ ରେ ନିଜ ଲଭ ରିଲେସନର ଖୁଲାସା କରିଥିଲେ । ‘ଇଣ୍ଡିଆନ ଆଇଡଲ’ର ମଂଚରେ ହିମାଂଶ କୋହଲିଙ୍କ ସହିତ ତାଙ୍କର ଲଭ ରିଲେସନ ଥିବା ସ୍ପଷ୍ଟ କରିଥିଲେ । ଏହି ଖୁଲାସା ସମୟରେ ହିମାଂଶ ମଧ୍ୟ ଉପସ୍ଥିତ ଥିଲେ । କିନ୍ତୁ ଏବେ ସେହି ରିଲେସନରେ ଫାଟ ସୃଷ୍ଟି ହୋଇଛି । ଅଲଗା ହୋଇଛନ୍ତି ଉଭୟ । ସିଧା କହିବାକୁ ଗଲେ ହିମାଂଶ ଓ ନେହାଙ୍କ ବ୍ରେକଅପ ହୋଇଯାଇଛି । ତେବେ ଏଥିରେ କେତେ ସତ କେତେ ମିଛ ତାହା ଜଣାପଡିନଥିବା ବେଳେ ଉଭୟ ଉଭୟଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଅନଫଲୋ ରହିବା ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି ।
ଶନିବାର ଲକ୍ଷେ୍ନøର ଚାରବାଗ ରେଲେଓ ଷ୍ଟାଡିୟମରେ ନେହାଙ୍କର ଏକ କନସର୍ଟ ଥିଲା । କନସର୍ଟରେ ନେହା ନିଜର ହିଟ ଗୀତ ଗାଇ ଦର୍ଶକଙ୍କର ମନୋରଞ୍ଜନ କରିଥିଲେ । ଏହି ଲାଇଭ କନସର୍ଟରେ ଭିଡକୁ କାବୁ କରିବା ପୋଲିସଙ୍କ ପାଖରେ ସମ୍ଭବ ହୋଇନଥିଲା । ଫଳରେ ଲୋକମାନେ ବ୍ୟାରିକେଡ ଭାଙ୍ଗି ଷ୍ଟେଜ ଉପରକୁ ଚଢିବାରେ ଲାଗିଥିଲେ । ଏହା ବିଭିନ୍ନ ରଙ୍ଗରେ ସଜା ଯାଇଥିବା ପର୍ଦ୍ଦା ସବୁ ଚିରି ଦେଇଥିଲେ ଲୋକମାନେ । ରାସ୍ତା ଉପରେ ମଧ୍ୟ ଭିଡ ଜମିଯାଇଥିଲା । ଫଳରେ ଆଖପାଖ ଅଞ୍ଚଳର ଲୋକମାନେ ହଇରାଣ ହେଇଥିଲେ ।
କନସର୍ଟ ପରେ ନେହା ଓ ହିମାଂଶଙ୍କ ବ୍ରେକଅପ ହେଇଥିବା ଜଣା ପଡିଛି । କିନ୍ତୁ ଏହି ମାମଲାରେ ହିମାଂଶ ଓ ନେହା କୌଣସି ବୟାନ ଦେଇ ନାହାଁନ୍ତି । ପୂରା ଦୁନିଆକୁ ନିଜ ରିଲେସନସିପ ବିଷୟରେ ଜଣାଇବା ପୂର୍ବରୁ ପ୍ରଥମେ ଉଭୟ ଉଭୟଙ୍କ ଫୋଟୋ ସେୟାର କରୁଥିଲେ । ଦୁଇଜଣଙ୍କର ଲଭଷ୍ଟୋରୀ ୬ମାସ ହେବ ଆରମ୍ଭ ହୋଇଥିଲା । ଦୁଇ ଜଣ ଏକ ଆଲବମ୍ ‘ହମସଫର’ରେ ଏକାଠି ନଜରକୁ ଆସିଥିଲେ । ପରେ ଦୁଇ ଜଣଙ୍କୁ ପ୍ରାୟ ସବୁ ଜାଗାରେ ଏକାଠି ଦେଖିବାକୁ ମିଳିଥିଲା । ସେପଟେ ବ୍ରେକଅପ ପରେ ଦୁଇଜଣ ନିଜ ନିଜ ଆକାଉଣ୍ଟରେ ସେୟାର ହେଇଥିବା ସମସ୍ତ ଫଟୋ ଓ ଭିଡିଓ ଡିଲିଟ କରି ଦେଇଛନ୍ତି । ବ୍ରେକଅପ ପଛରେ କାରଣ କଣ ବା ସେମାନଙ୍କର ବ୍ରେକଅପ ହେଇଛି କି ନାହିଁ ସେ ବିଷୟରେ କେବଳ ନେହା ଓ ହିମାଂଶ ହିଁ କହିପାରିବେ ।