ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଗାୟିକା ନେହା କକ୍କଡ ଗତ କିଛି ଦିନ ହେବ ବୟଫ୍ରେଣ୍ଡ ହିମାଂଶ କୋହଲିଙ୍କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଗତବର୍ଷ ନେହା ଏବଂ ହୀମାଂଶଙ୍କ ମଧ୍ୟରେ ବ୍ରେକଅପ୍ ହୋଇଯାଇଛି । ବୟଫ୍ରେଣ୍ଡଙ୍କ ସହ ବ୍ରେକଅପ ହେବା ପରେ ସମ୍ପୂର୍ଣ୍ଣ ଭାବୁକ ହୋଇପଡିଥିଲେ । କିନ୍ତୁ ଏବେ ବ୍ରେକଅପ୍ ଯନ୍ତ୍ରଣାରୁ ବାହାରକୁ ବାହାରିବା ପାଇଁ ଚେଷ୍ଟା କରୁଛନ୍ତି ନେହା ।
ହିଂମାଶ କୋହଲିଙ୍କ ସହ ବ୍ରେକଅପ୍ ପରେ ନେହା କକ୍କଡ ଏବେ ବଲିଉଡ ଅଭିନେତା ରଣବୀର କପୁରଙ୍କୁ ପ୍ରପୋଜ କରିଛନ୍ତି । ପ୍ରକୃତରେ , ନେହା ଏବେ ରିଅଲିଟି ସୋ’ ‘ଲିଟଲ ଚ୍ୟାମ୍ପସ’ ରେ ଜଜ୍ କରୁଛନ୍ତି । ନିକଟରେ ଅଭିନେତା ରଣବୀର କପୁର ଏହି ସୋ’ରେ ଅତିଥି ହୋଇ ଆସିଥିଲେ ।
ସୋ’ରେ ନେହା କକ୍କଡ ନିଜକୁ ସମ୍ଭାଳି ପାରିନଥିଲେ ଶେଷରେ ରଣବୀର କପୁରଙ୍କୁ ସମସ୍ତଙ୍କ ସାମ୍ନାରେ କରିଦେଇଥିଲେ । ନେହା କକ୍କଡ କହିଥିଲେ କି, ‘ମୁଁ ଆପଣଙ୍କୁ ବହୁତ ପସନ୍ଦ କରେ ଏବଂ ମୁଁ ସେହି ଝିଅମାନଙ୍କ ମଧ୍ୟରୁ ଜଣେ’, ଯିଏ ଆପଣଙ୍କୁ ସାମ୍ନାରେ କଥା ହେବାକୁ ଡରୁଥିଲା । ତାଙ୍କର ଏହି କଥା ଶୁଣି ରଣବୀର କପୁର ବି ହସିବାରେ ଲାଗିଥିଲେ । ଏହାପରେ ଦୁହେଁ ଷ୍ଟେଜ୍ ଉପରେ ଡ୍ୟାନ୍ସ କରିଥିଲେ ।
ବ୍ରେକଅପ୍ ପରେ ନେହା ପୂରା ଡିପ୍ରେସନକୁ ପଳାଇଥିଲେ, କିନ୍ତୁ ଏବେ ଧୀରେ ଧୀରେ ଏଥିରୁ ବାହାରକୁ ବାହାରିବାର ଦେଖିବାକୁ ମିଳୁଛି । ନିକଟରେ ନେହାଙ୍କର ଏକ ଫଟୋଶୁଟ୍ ଭିଡିଓ ବି ଜମକର୍ ଭାଇରାଲ ହୋଇଥିଲା । ଭିଡିଓଟି ନେହା ତାଙ୍କ ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ । ଭିଡିଓରେ ସେ ବଲିଉଡ ସିଙ୍ଗର ସୋନୁ ନିଗମଙ୍କ ସହ ନଜର ଆସିଥିଲେ ।
ଖବରମୁତାବକ, କିଛି ଦିନ ହେବ ଡିପ୍ରେସନରେ ଅଛନ୍ତି ବୋଲି ନେହା ନିଜେ ସ୍ୱୀକାର କରିଥିଲେ । ସେ ତାଙ୍କ ସୋସିଆଲ ମିଡିଆରେ ଲେଖିଥିଲେ କି, ହଁ ମୁଁ ଡିପ୍ରେସନରେ ଅଛି..ଆପାଣମାନେ ସଫଳ ହେଲେ..ଦୁନିଆର ସମସ୍ତ ମନ୍ଦ ଚିନ୍ତାଧାରା ବ୍ୟକ୍ତିଙ୍କ ପାଇଁ ଏପରି ହେଲା । ଲୋକେ ମୋତେ ମୋ ଜୀବନର ସବୁଠୁ ଖରାପ ଦିନ ଦେଖାଇବାରେ ସଫଳ ହେଲେ ।