ମୁମ୍ବାଇ(ଏଟିଆର ବ୍ୟୁରୋ) : ବିଗ୍ ବସ୍ ୭ର ବିଜେତା ଗୌହର ଖାନ୍ ଡିସେମ୍ବର ୨୫ରେ ବଲିଉଡର ଲୋକପ୍ରିୟ ଗୀତିକାର ଇସମାଇଲ ଦରବାରଙ୍କ ପୁଅ ଜୈଦ୍ ଦରବାରଙ୍କୁ ବିବାହ କରିଛନ୍ତି । ଏହି ନବବିବାହିତା ଦମ୍ପତି ଏବେ ଏବେ ଲକ୍ଷ୍ନୌ ଯାଉଥିବାର ନଜର ଆସିଥିଲେ । ତେବେ ସେ ଫ୍ଲାଇଟ୍ ରେ ଯାଉଥିବା ସମୟରେ ତାଙ୍କର ଦେଖା ହୋଇଥିଲା ତାଙ୍କ ଏକ୍ସ ବଏଫ୍ରେଣ୍ଡ୍ କୁଶାଲ ତାଣ୍ଡନଙ୍କ ସହ ଏବଂ ସେମାନଙ୍କ ସିଟ୍ ମଧ୍ୟ ପାଖାପାଖି ଥିଲା । ଯେଉଁଠାରେ ଗୌହର ନିଜ ସୁଟ୍ ପାଇଁ ଲକ୍ଷ୍ନୌ ଯାଉଥିଲେ । ସେଠାରେ କୁଶାଲ ନିଜ ଘରକୁ ଯାଉଥିଲେ । କୁଶାଲ ନିଜ ଇଂଷ୍ଟାଗ୍ରାମ୍ ଷ୍ଟୋରିରେ ଏକ ଭିଡିଓ ସେୟାର କରି କହିଥିଲେ ସେ କେମିତି ଗୌହରଙ୍କୁ ଭେଟିଥିଲେ । ଭିଡିଓଟିରେ କୁଶାଲ କହିଛନ୍ତି ମୁଁ ମୋ କାମରେ ଯାଉଛି ଏବଂ ମୁଁ ମୋର ପୁରୁଣା ବନ୍ଧୁଙ୍କୁ ଭେଟିଲି ଯିଏ କି ମୋ ପାଖ ସିଟରେ ବସିଛନ୍ତି । ଆମେ ଭାଗ୍ୟ ବସତଃ ଦେଖାହେଲୁ । କ୍ୟାମେରାକୁ ଗୌହରଙ୍କ ଆଡକୁ କରି ସେ କହିଛନ୍ତି ଭେଟନ୍ତୁ ଗୌହର ଖାନଙ୍କୁ ଏବଂ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଗୌହରଙ୍କ ପ୍ରସଂଶା କରିଥିଲେ ତାଙ୍କ ଏକ୍ସ ବଏଫ୍ରେଣ୍ଡ୍ କୁଶାଲ ।
ଗୌହର ଏବଂ କୁଶାଲ୍ ବିଗ୍ ବସ୍ ୭ର ଘରେ ଦେଖା ହୋଇଥିଲେ ଏବଂ ତାଙ୍କ ଭଲପାଇବା ଆରମ୍ଭ ହୋଇଥିଲା । ସେମାନେ ରାହତ୍ ଫତେ ଅଲ୍ଲୀ ଖାନଙ୍କ ‘ଜରୁରୀ ଥା’ ମ୍ୟୁଜିକ ଭିଡିଓରେ ମଧ୍ୟ କାମ କରିଥିଲେ । ଏହି ଦମ୍ପତି ପରସ୍ପରକୁ ୧ ବର୍ଷ ଡେଟ୍ କରିବା ପରେ ୨୦୧୪ ରେ ଅଲଗା ହୋଇଯାଇଥିଲେ । ଗୌହର ଏବଂ ଜୈଦଙ୍କ ଭଲପାଇବା କୋଭିଡ୍ ପାଇଁ ହୋଇଥିବା ଲକଡାଉନ ସମୟରେ ଆରମ୍ଭ ହୋଇଥିଲା । କିଛି ସମୟ ବ୍ୟବଧାନ ପରେ ଦୁହେଁ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।