ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେଥିପାଇଁ ଟେଷ୍ଟିଂ କ୍ଷମତାକୁ ବୃଦ୍ଧି କରାଯାଉଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡାଃ ହର୍ଷବର୍ଦ୍ଧନ ଦେଶର ପ୍ରଥମ କରୋନା ଟେଷ୍ଟିଂ ମୋବାଇଲ ଲ୍ୟାବର ଶୁଭାରମ୍ଭ ପାଇଁ ସବୁଜ ପତାକା ଦେଖାଇଛନ୍ତି ।
ଏହି ଲ୍ୟାବ ଦୂର ଦୂରାନ୍ତରେ ଅଞ୍ଚଳରେ ଟେଷ୍ଟିଂ ପାଇଁ ବ୍ୟବହାର କରାଯିବ । ପ୍ରତିଦିନ ୨୫ ଆରଟି-ପିସିଆର ଟେଷ୍ଟ, ୩୦୦ ଇଏଲଆଇଏସଏ ଟେଷ୍ଟ କରି ପାରିବ । ଏହି ଲ୍ୟାବରେ ଟିବି ଏବଂ ଏଚଆଇବି ଟେଷ୍ଟ ବି କରାଯାଇ ପାରିବ ।
ଲ୍ୟାବର ଶୁଭାରମ୍ଭକୁ ନେଇ ଡାଃ ହର୍ଷବର୍ଦ୍ଧନ କହିଛନ୍ତି, କରୋନା ବିରୋଧରେ ଆମର ଲଢେଇ ଫେବୃଆରୀ ୧ ରୁ ଏକ ଲ୍ୟାବରୁ ଆରମ୍ଭ କରିଥିଲୁ ଏବଂ ଆଜି ପର୍ଯ୍ୟନ୍ତ ପୁରା ଦେଶରେ ୯୫୩ ଲ୍ୟାବ ହୋଇ ଯାଇଛି । ଏଥିରୁ ୬୯୯ ଟି ସରକାରୀ ଲ୍ୟାବ ରହିଛି । ଏବେ ଦୂର ଦୂରାନ୍ତର ଅଞ୍ଚଳକୁ ଟେଷ୍ଟର ସୁବିଧା ପହଁଚାଇବା ପାଇଁ ଏଭଳି ଅଭିନବ ପ୍ରକ୍ରିୟା ବିକସିତ କରାଯାଇଛି ।