ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନାର ନୂତନ ଭ୍ୟାରିଆଣ୍ଟ ଏକ୍ସଇ କୁ ନେଇ ଚିନ୍ତା ବଢିଛି । ଦେଶରେ ଏବେ ତୃତୀୟ ଲହର ଶେଷ ହେଉଥିବା ବେଳେ ଏବେ ଏହି ନୂତନ ଭ୍ୟାରିଆଣ୍ଟକୁ ନେଇ ଭୟ ବଢିଛି । ତେବେ ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜୁରୁରୀ ବୈଠକ ବସିଛି ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭିୟଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞମାନେ ସାମିଲ ଥିଲେ । ଏଥିରେ ଓମିକ୍ରନ ଓ ଏକ୍ସଇ ଭ୍ୟାରିଆଣ୍ଟ ଉପରେ ଆଲୋଚନା ହୋଇଥିବା ସୂଚନା ରହିଛି ।
ଅନ୍ୟପଟେ ଏକ୍ସଇ ଭ୍ୟାରିଆଣ୍ଟ ସେତେ ପରିମାଣର ସଂକ୍ରାମକ ନୁହେଁ ଭୟ ନକରି ସତର୍କ ରହିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।