ଲଣ୍ଡନ(ଏଟିଆର ବ୍ୟୁରୋ): ଦୀର୍ଘ ୪୭ବର୍ଷର ସଦସ୍ୟତା ପରେ ବିଟ୍ରେନ, ଇଉରୋପିୟ ସଂଘରୁ ଆନୁଷ୍ଠାନିକ ଭାବେ ବିଦାୟ ନେଇଛି । ଗତକାଲି ଭବ୍ୟ ସମାରୋହରେ ରାତି ୧୧ଟା ବେଳେ ବ୍ରିଟେନ ଆନୁଷ୍ଠାନିକ ଭାବରେ ବିଦାୟ ନେଇଛି ।
ଔପଚାରିକ ବିଦାୟ ପୂର୍ବରୁ ବ୍ରିଟେନର ପ୍ରଧାନମନ୍ତ୍ରୀ ବ୍ରିସ ଜନସନ ନିଜ ବାସଭବନ ସମ୍ମୁଖରେ ନିଜ ଭାଷଣ ରଖିଥିଲେ । ଏହି ଭାଷଣରେ ସେ ଏଇଟା ଶେଷ ନୁହେଁ ବରଂ ଆରମ୍ଭ ବୋଲି କହି ବ୍ରିଟେନ ବାସୀଙ୍କୁ ଉଦବୋଧନ ଦେଇଥିଲେ।
ପୂର୍ବରୁ ଇଉରୋପରେ ଦୁଇଟି ବିଶ୍ୱଯୁଦ୍ଧ ହୋଇସାରିବା ପରେ ୬ଟି ଇଉରୋପିୟ ଦେଶ ମିଳିତ ଭାବରେ ଇଉରୋପିୟ ସଂଘ ବା ଇଉରୋପିୟ ୟୁନିୟନ ଗଠନ କରିବାକୁ ସ୍ଥିର କରିଥିଲେ । ପରସ୍ପର ବିପକ୍ଷରେ ଲଢିବା ପରିବର୍ତ୍ତେ, ଏକାଠି ହୋଇ ସମସ୍ତ ଉଇରୋପିୟ ଦେଶ ଗୁଡିକର ଉନ୍ନତି ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ଏହି ସଂଘ ଗଠନ କରିଥିଲେ ।
ଏହି ସଂଘରେ ବର୍ତ୍ତମାନ ଦେଶ ସଂଖ୍ୟା ୨୭ରେ ପହଞ୍ଚିଲାଣି । ୧୯୭୩ମସିହାରେ ବ୍ରିଟେନ ଏହି ସଂଘରେ ଯୋଗ ଦେଇଥିଲା । ହେଲେ ଗତ ୨୦୧୬ରେ ବ୍ରିଟେନ ଇଉରୋପିୟ ଜାତି ସଂଘରୁ ଓହରି ଯିବାକୁ ନିଷ୍ପତି ନେଇଥିଲା ।