ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ତୁର୍କୀ ଓ ଗ୍ରୀସ ଏବେ ଯୁଦ୍ଧ ମୁହାଁ ହୋଇପଡିଛନ୍ତି । ତେତେବେଳେ ମଧ୍ୟ ଦୁଇଦେଶ ମଧ୍ୟରେ ଆରମ୍ଭ ହୋଇପାରେ ଯୁଦ୍ଧ । ପୂର୍ବଭୂମଧ୍ୟ ସାଗରରେ ପ୍ରାକୃତିକ ଗ୍ୟାସ ଓ ତୈଳକୁ ନେଇ ଯୁଦ୍ଧ ହୋଇପାରେ । ତୁର୍କୀ ଏବେ ସୀମାରେ ଟ୍ୟାଙ୍କ ଠୁଳ କରୁଛି । ଯାହା ଯୁଦ୍ଧର ଆଶଙ୍କାକୁ ବଢାଇ ଦେଇଛି । ଅନ୍ୟପଟେ ତୁର୍କୀ ରାଷ୍ଟ୍ରପତି ବିବାଦୀୟ କ୍ଷେତ୍ରକୁ ନେଇ ଏକ ବୈଠକ ପରେ ସିଧା ଗ୍ରୀସକୁ ଟାର୍ଗେଟ କରିଥିଲେ ।
ଏମିତିକି ଆଗକୁ ହେବାକୁ ଥିବା ଭୟଙ୍କର ପରିଣାମର ଦାୟୀ ଗ୍ରୀସ ରହିବାକୁ ତୁର୍କୀ ରାଷ୍ଟ୍ରପତି ଚେତାବନୀ ଦେଇଥିଲେ । ତେବେ ତୁର୍କୀ ରାଷ୍ଟ୍ରପତିଙ୍କ ଏହି ଚେତବନୀ ପରେ ଏବେ ଉତ୍ତେଜିତ ହୋଇପଡିଛି ଗ୍ରୀସ । ଗ୍ରୀସ ଏବେ ସୀମାରେ ଯୁଦ୍ଧାସ୍ତ୍ର ଓ ସେନା ଠୁଳ କରୁଥିବା ସୂଚନା ରହିଛି । ସେପଟେ ପ୍ରାକୃତିକ ଗ୍ୟାସ ଓ ତୈଳ ଭଣ୍ଡାରକୁ ନିଜର କହି ଦୁଇ ଦେଶ ଦାବି କରୁଛନ୍ତି । ୨ ଦେଶ ଏବେ ନିଜ ଯିଦରେ ଅଡି ବସିଛନ୍ତି । ଯାହାପରେ ବିବାଦ ଅଧିକ ଘନଉଛି ଏବଂ ଯୁଦ୍ଧ ଆଶଙ୍କା ବୃଦ୍ଧି ପାଉଛି ।