କଲମ୍ବୋ (ଏଟିଆର ବ୍ୟୁରୋ): ଶ୍ରୀଲଙ୍କାରେ ରାଷ୍ଟ୍ରପତି ପଦ ପାଇଁ ଆଜି ସକାଳୁ ମତଦାନ ଆରମ୍ଭ ହୋଇଯାଇଛି । ଦେଶରେ ମତଦାନ ପାଇଁ ପାଖାପାଖି ୧୨,୮୪୫ ଟି କେନ୍ଦ୍ର ଖୋଲାଯାଇଛି । ଯେଉଁଥିରେ ୧.୫୯ କୋଟି ମତଦାତା ସେମାନଙ୍କ ମତଦାନ କରିବେ । ଏହି ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟାରେ ସମାପ୍ତ ହେବାର ଯୋଜନା ରହିଛି । ସେପଟେ ରାଷ୍ଟ୍ରପତି ପଦ ପାଇଁ ୩୫ ପ୍ରାର୍ଥି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।
ଏହି ନିର୍ବାଚନରେ ପୂର୍ବତନ ରକ୍ଷାମନ୍ତ୍ରୀ ଏବଂ ଶ୍ରୀଲଙ୍କା ପିପୁଲ୍ସ ଫ୍ରଣ୍ଟର ପ୍ରାର୍ଥୀ ଗୋତବାୟା ରାଜପଥ ଏବଂ କ୍ୟାବିନେଟ୍ ମନ୍ତ୍ରୀ ତଥା ସତାରୁଢ ୟୁନାଇଟେଡ ନେସନାଲ ପାର୍ଟିର ପ୍ରାର୍ଥୀ ସାଜିତ ପ୍ରେମଦାସଙ୍କ ମଧ୍ୟରେ କଡା ମୁକାବିଲା ଲାଗିଛି ।
ଅପରପେକ୍ଷେ ଏହି ନିର୍ବାଚନ ଦେଶର ଇତିହାସରେ ସବୁଠାରୁ ମହଙ୍ଗା ହେବ । ଶ୍ରୀଲଙ୍କାରେ ୫୦ ପ୍ରତିଶତରୁ ଗୋଟେ ଭୋଟ ଅଧିକ ପାଇଥିବା ପ୍ରାର୍ଥୀ ଦେଶର ଅଷ୍ଟମ ରାଷ୍ଟ୍ରପତି ହୋଇଯିବେ । ଯଦି କୌଣସି ପ୍ରାର୍ଥୀଙ୍କୁ ସ୍ପଷ୍ଟ ବହୁମତ ନମିଳୁଛି ତେବେ ଶୀର୍ଷ ପ୍ରାର୍ଥୀଙ୍କ ସେହି ମତକୁ ବି ଗଣାଯିବ ଯେଉଁମାନେ ମତଦାତାମାନେ ସେମାନଙ୍କୁ ଅନ୍ୟ ସ୍ଥାନରେ ପ୍ରାଥମିକତା ଦେଇଥିବେ । ହାରାହାରି ଦୁଇ ଫୁଟ ଲମ୍ବ ବିଶିଷ୍ଟ ବାଲଟ ପେପରରେ ୩୫ ଆଶାୟୀ ପ୍ରାର୍ଥୀଙ୍କ ନାଁ ଏବଂ ଚିହ୍ନ ଥିବ । ପୂର୍ବ ନିର୍ବାଚନରେ କେବଳ୧୯ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିଲେ ।