ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସାରା ବିଶ୍ୱରେ ଏବେ କରୋନା ମହାମାରୀ ତାର କାୟା ବିସ୍ତାର କରିବାରେ ଲାଗିଛି । ପ୍ରତିଦିନ କରୋନାରେ ହଜାର ହଜାର ଲୋକଙ୍କ ଜୀବନ ଚାଲିଯାଉଥିବା ବେଳେ ହଜାରହଜାର ଲୋକ ଆକ୍ରାନ୍ତ ହେଉଛନ୍ତି । ଯାହାଫଳରେ ସାରା ବିଶ୍ୱ ଏବେ ଏକ ଘଡିସନ୍ଧି ମୂହୂର୍ତ୍ତ ଦେଇ ଗତକରୁଛି । ଶତ ଚେଷ୍ଟା କଲେ ମଧ୍ୟ ହରାଇ ହେଉନାହିଁ ଏହିମାରୀକୁ । ଯାହାର ପ୍ରମଉକ କାରଣ ହେଲା ଏହିମହାମାରୀକୁ ନାଶ କରିବା ପାଇଁ ସାରା ବିଶ୍ୱରେ କାହାପାଖରେ ନାହିଁ ଉପଯୁକ୍ତ ଟିକା । ଯାହାକୁ ଦେଇ ଆମେ କରୋନା ରୋକ ଲଗାଇବା ।
ତେବେ ଏହିଭଳି ସମୟରେ ବିଭିନ୍ନ ଦେଶ ଏବେ ଦାବି କରୁଛନ୍ତି ତାଙ୍କ ପାଖରେ କରୋନାକୁ ମାତ ଦେଲା ଭଳି ଟିକା ରହିଛି । ମାତ୍ର ଏହା ମନୁଷ୍ୟ ଉପରେ କେତେଦୂର କାର୍ଯ୍ୟ କରିବ ତାକୁ ନେଇ କେହି ଜୋର ଦେଇ ପାରୁନାହିଁ । ତେବେ ଏହିଭଳି ଏକ ସଂଙ୍କଟ ସମୟରେ ଇଟାଲିର ବୈଜ୍ଞାନିକ ମାନେ ଦାବି କରିଛନ୍ତି ସେମାନଙ୍କ ଦ୍ୱାରା ବିକଶିତ କରାଯାଇଥିବା ଏକ ଟିକା ସଫଳ ହୋଇଛି ।
ରୋମର ସ୍ପାନାଲାଇଜ ହସ୍ପିଟାଲରେ କରାଯାଇଥିବା ଏକ ପରୀକ୍ଷଣରେ ମୂଷା ମାନଙ୍କ ଠାରେ ଏହି ଟିକା ଆଣ୍ଟିବଡି ସୃଷ୍ଟି କରି ପାରୁଛି । ଯାହା ମନୁଷ୍ୟ ଶରୀରରେ କାର୍ଯ୍ୟ କରିବ ବୋଲି ଆଶା କରାଯାଉଛି । ଔଷଧ ବିକଶିତ କରୁଥିବା ଫାର୍ମ ଟାକିସର ସିଇଓ ଲୁଇଗିଆରସିଚିଓ କହିଛନ୍ତି କରୋନା କ୍ୟାଣ୍ଡିଡେଟ ଟୀକା ମନୁଷ୍ୟ ଶରୀରରେ କରୋନା ଭାଇରସକୁ ନିଷ୍କ୍ରିୟ କରି ପାରିବ ବୋଲି ଅଶା କରାଯାଉଛି ।