ବ୍ରିଷ୍ଟଲ (ଏଟିଆର ବ୍ୟୁରୋ); ବିଶ୍ୱକପରେ ଆଉ ଏକ ମ୍ୟାଚ ବାତିଲ ହୋଇଛି । ଗତକାଲି ଶ୍ରୀଲଙ୍କା ଏବଂ ବାଲାଂଦେଶ ମ୍ୟାଚ ମଧ୍ୟ ବାତିଲ ହୋଇଛି । ଶେଷରେ ଦୁଇ ଦଳ ନିରାଶ ହୋଇ ପଏଣ୍ଟ ଭାଗ କରିଛନ୍ତି । ଉଭୟ ଦଳ ଏକ ପଏଣ୍ଟ ଲେଖାଏଁ ଭାଗ କରିଛନ୍ତି । ଶ୍ରୀଲଙ୍କା ଏକ ପଏଣ୍ଟ ପାଇବା ପରେ ୪ ପଏଣ୍ଟ ହୋଇଛି । ଦଳ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି ।
ବାଲାଂଦେଶ ୪ଟି ମ୍ୟାଚରୁ ୩ ପଏଣ୍ଟ ପାଇଛି । ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇଥିବା ବେଳେ ଇଂଲଣ୍ଡ ଏବଂ ଶ୍ରୀଲଙ୍କାଠାରୁ ହାରିଛି ବାଲାଂଦେଶ । ତେବେ ଦଳର ଖେଳାଳିମାନେ ଭଲ ଫର୍ମରେ ଅଛନ୍ତି । ଏଣୁ ଦଳ ଆଗାମି ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲକୁ ଉନ୍ନିତ ହେବ ବୋଲି ଆଶା ରଖିଛି । ବିଶ୍ୱର ଏକ ନମ୍ବର ଅଲରାଉଣ୍ଡର ବୋଲାଉଥିବା ସାକିବ ୃଳ ହାସନ ଏବେ ଦମଦାର ଫର୍ମରେ ଅଛନ୍ତି । ସେ ଶକ୍ତିଶାଳି ଇଂଲଣ୍ଡ ବିପକ୍ଷରେ ଲଢ଼ୁଆ ଶତକ ହାସଲ କରିଥିଲେ ।
ଚଳିତ ବର୍ଷ ବିଶ୍ୱକପରେ ତିନୋଟି ମ୍ୟାଚ ବାତିଲ ହୋଇଛି । ପ୍ରଥମେ ଶ୍ରୀଲଙ୍କା ପାକିସ୍ତାନ ଏବଂ ଏହାପରେ ୱେଷ୍ଟ ଇଣ୍ଡିଜ ଦକ୍ଷିଣ ଆଫ୍ରିକା ମ୍ୟାଚ ବାତିଲ ହୋଇଥିଲା । ଫଳାଫଳ ମିଳି ନଥିବା ମ୍ୟାଚ୍ କ୍ଷେତ୍ରରେ ଅବଶ୍ୟ ୨୦୦୩ ଏବଂ ୧୯୯୨ ବିଶ୍ବକପ୍ ସମାନ ସ୍ତରରେ ରହିଛନ୍ତି। ଉଭୟ ୨୦୦୩ ଏବଂ ୧୯୯୨ ବିଶ୍ବକପ୍ରେ ଦୁଇଟି ଲେଖାଏଁ ମ୍ୟାଚ୍ର ଫଳାଫଳ ମିଳି ନଥିଲା। ସୂଚନାଯୋଗ୍ୟ ଯେ ଯଦି କୌଣସି ମ୍ୟାଚ୍ରେ ଟସ୍ ପଡ଼ି ନପାରେ ତେବେ ଏହାକୁ ‘ବାତିଲ ମ୍ୟାଚ୍’ର ମାନ୍ୟତା ମିଳେ। ଟସ୍ ପଡ଼ିବା ପରେ କୌଣସି କାରଣରୁ ଖେଳ ସମାପ୍ତ ହୋଇ ନପାରିଲେ ତାକୁ ‘ଫଳାଫଳ ମିଳି ନଥିବା ମ୍ୟାଚ୍’ କୁହାଯାଇଥାଏ।