ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶରୀର ପାଇଁ ମେଥି ଖୁବ୍ ଉପକାରୀ । ଅନେକ ଲୋକ ମେଥିକୁ କେବଳ ତରକାରୀରେ ଛୁଙ୍କ ଦେବାରେ ବ୍ୟବହାର କରିଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ମେଥି ପାଣି ବି ଆହୁରୀ ଗୁଣକାରୀ ଏବଂ ଏହା ଅନେକ ରୋଗରୁ ରକ୍ଷା କରିଥାଏ । ଯଦି ଆପଣ ନିୟମିତ ସକାଳୁ ଖାଲି ପେଟରେ ମେଥି ପାଣି ପିଇବା ଆରମ୍ଭ କରିଦେବେ ତେବେ ଆପଣଙ୍କର ପେଟ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଯିବ ।
ଏଭଳି ଭାବେ ପ୍ରସ୍ତୁତ କରୁନ୍ତୁ ମେଥି ପାଣି: ରାତିରେ ମେଥି ଦାନାକୁ ଏକ ଗ୍ଲାସ ପାଣିରେ ଭିଜାଇ ରଖି ଦିଅନ୍ତୁ । ସକାଳୁ ଉଠି ସେହି ପାଣିକୁ ଛାଣିକି ପିଅନ୍ତୁ ।
ମେଥି ପାଣିର ଫାଇଦା:
୧- ଥଣ୍ଡା-କାଶରୁ ରକ୍ଷା: ମେଥିରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଥାଏ । ସେଥିପାଇଁ ମେଥି ପାଣି ଥଣ୍ଡା କାଶ କିମ୍ବା ଭାଇରାଲ ରକ୍ଷା କରିବାରେ ବହୁତ ସହାୟକ ହୋଇଥାଏ । ଏହି ପାଣି ଶରୀରରେ ଥିବା ହାନିକାରକ ଜୀବାଣୁକୁ ମାରି ସଂକ୍ରମଣ ହେବାରୁ ରକ୍ଷା କରିଥାଏ ।
୨- ମଧୁମେୟ ନିୟନ୍ତ୍ରଣ: ମେଥିରେ ଥିବା ଗେଲେକ୍ଟୋମ୍ୟାନନ ନାମକ ଫାଇବର ରକ୍ତରେ ସୁଗାରର ଅବଶୋଷଣକୁ କମ କରିଥାଏ । ଏହାଦ୍ୱାରା ଶରୀରର ବ୍ଲଡ ସୁମଗାର ମାତ୍ରା ନିୟନ୍ତ୍ରଣରେ ରହିଥାଏ ।
୩- ଏସିଡିଟି ସମସ୍ୟା: ଯେଉଁ ଲୋକମାନଙ୍କର ଏସିଡିଟି ବା ଗ୍ୟାସ୍ ସମସ୍ୟା ଅଛି ସେମାନଙ୍କ ପାଇଁ ମେଥି ପାଣି ରାମବାଣ ସଦୃଶ କାମ କାରଥାଏ । ନିୟମିତ ଖାଲି ପେଟରେ ଗୋଟେ ଗ୍ଲାସ ମେଥି ପାଣି ପିଇବା ଦ୍ୱାରା ପେଟ ଜଳାପୋଡା ଦୁର ହେବା ସହ ଏସିଡିଟିରୁ ତୁରନ୍ତ ଆରାମ ମିଳିଥାଏ ।
୪- କିଡନୀ ର ପଥୁରୀ ରୋଗରୁ ଆରାମ: ଏହି ପାଣିକୁ ନିୟମିତ ସେବନ କରିବା ଦ୍ୱାରା ପଥୁରୀ ସମସ୍ୟାରୁ ଆରାମ ମିଳିଥାଏ ।
୫- ଓଜନ ହ୍ରାସ: ଦୃତ ଗତିରେ ଓଜନ ହ୍ରାସ କରିବା ପାଇଁ ଏହି ପାଣି ଖୁବ୍ ଲାଭଦାୟକ ହୋଇଥାଏ ।