ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତ୍ୟେକ ବ୍ୟକ୍ତିଙ୍କ ହାତ ଦେଖି ତାଙ୍କ ଜୀବନର ସମସ୍ତ ଛୋଟ ବଡ ସମସ୍ୟା ଜାଣି ହୋଇଥାଏ । ସମୁଦ୍ର ଶାସ୍ତ୍ରରେ ସ୍ୱୟଂ ବ୍ରହ୍ମା, କୁମାର କାର୍ତ୍ତିକଙ୍କ ହାତ ଦେଖି ତାଙ୍କ ଜୀବନର ଅନେକ ରହସ୍ୟ ବିଷୟରେ କହିଥିଲେ । ସେଥି ମଧ୍ୟରୁ ଏକ ରହସ୍ୟ ହାତରେ ଥିବା ଗୁରୁ ପର୍ବତ ସହ ଜଡିତ ରହିଛି । ହାତର ତର୍ଜନି ଅଙ୍ଗୁଳିର ତଳ ସ୍ଥାନକୁ ଗୁରୁ ପର୍ବତ ବୋଲି କୁହାଯାଇଥାଏ ।
ସମୁଦ୍ର ଶାସ୍ତ୍ର ଅନୁଯାୟୀ ଏହି ସ୍ଥାନ ବ୍ୟକ୍ତି ଜୀବନରେ ଗୁରୁଙ୍କ ସ୍ଥାନକୁ ପ୍ରବର୍ତ୍ତାଇ ଥାଏ । ଏହାସହିତ ଗୁରୁ ଧର୍ମ, ଧନ ଏବଂ ବ୍ୟକ୍ତିଙ୍କ ଚରିତ୍ର ବିଷୟରେ ମଧ୍ୟ ଦର୍ଶାଇ ଥାଏ ।
ଯଦି ଆପଣଙ୍କ ହାତରେ ଗୁରୁ ପର୍ବତ ଚାପି ହୋଇକି ଅଛି, ତାହାଲେ ଜାଣିବେ ଯେ ଆପଣଙ୍କ ଆର୍ଥିକ ସ୍ଥିତି କମଜୋର । କିନ୍ତୁ ଅଧିକ ଉଞ୍ଚା ହେବା ବି ଖରାପ ସ୍ଥିତିକୁ ଦର୍ଶାଇ ଥାଏ ।
ଯଦି ଯେଉଁ ବ୍ୟକ୍ତିଙ୍କର ଗୁରୁ ପର୍ବତ ଅଧିକ ଉଞ୍ଚା ଅଛି,ତେବେ ଜାଣିବେ ଯେ ସେମାନେ ଆବଶ୍ୟକ ଠାରୁ ଅଧିକ ଖାଇବାରେ ଇଚ୍ଛା ରଖିଥାନ୍ତି । ତାସହିତ ନିଶା ଦବ୍ର୍ୟର ଅଭ୍ୟସ୍ତ ଥାନ୍ତି । ଏହାଦ୍ୱାରା ପେଟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ଥାଏ । ଏହି ବ୍ୟକ୍ତି ଧର୍ମ କର୍ମର କାର୍ଯ୍ୟ କରିଥାନ୍ତି, କିନ୍ତୁ ଆବଶ୍ୟକତା ଠାରୁ ଅଧିକ ଦେଖାଇଥାନ୍ତି ।