ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାଧାରଣତଃ ଅନେକ ଲୋକ ଖାଦ୍ୟ ଖାଇବା ପରେ ଜଲଜୀରା ପାଣି ପିଇଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି ଏହି ପାଣି ଶରୀର ପାଇଁ କେତେ ହିତକର । ଜଲଜୀରା ପାଣିିରେ ଥିବା କଳା ଲୁଣ, ଜୀରା, ଅଦା, ଲେମ୍ବୁ, ଆମଚୂର ପାଉଡର, ଏହା ଶରୀରକୁ ଅନେକ ଲାଭ ଦେଇଥାଏ । ଗରମରେ ଯେତେବେଳେ ତାପାମାତ୍ରା ବୃଦ୍ଧି ହୋଇଥାଏ ସେତେବେଳେ ନିହାତି ଭାବେ ଜଲଜୀରା ପାଣି ପଅନ୍ତୁ । କାରଣ ଏହା ଶରୀରର ତାପମାତ୍ରାକୁ ହ୍ରାସ କରିବା ସହ ପାଚନ ତନ୍ତ୍ରକୁ ମଜବୁତ ରଖିଥାଏ ।
ଯଦି ଆପଣ ପେଟ ଗ୍ୟାସ ଜନିତ ଗମ୍ଭୀର ସମସ୍ୟାର ସମୁଖୀନ ହେଉଛନ୍ତି,ତେବେ ଯେପର୍ଯ୍ୟନ୍ତ ଶରୀରରୁ ଗ୍ୟାସ ନକମିଛି ସେପର୍ଯ୍ୟନ୍ତ ଧୀରେ ଧୀରେ ଜଲଜୀରା ପାଣି ପିଅନ୍ତୁ । ଏବଂ ଗରମ ଦିନରେ ପାଣିର ଗମ୍ଭୀର ସମସ୍ୟାକୁ ଦୂର କରିବା ପାଇଁ ଜଲଜୀରା ସେବନ କରିବା ଶରୀର ପାଇଁ ଲାଭ ଦାୟକ ହୋଇଥାଏ ।
ଯଦି ଆପଣଙ୍କ ଶରୀରରେ ରକ୍ତ କମ ଅଛି ତେବେ ଜଲଜୀରା ପାଣି ପିଅନ୍ତୁ । ଏହାସହିତ ନିୟମିତ ଜଲଜୀରା ପାଣି ପିଇବା ଦ୍ୱାରା ମୋଟାପଣ ଦୂର ହୋଇଥାଏ । ଏଥିରେ କୌଣସି ପ୍ରକାର କ୍ୟାଲୋରୀ ନଥାଏ । ଏଥିରେ ଆୟରନ ଭରପୁର ମାତ୍ରାରେ ଥାଏ ।