ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ସମଗ୍ର ବିଶ୍ୱରେ ୱାଲର୍ଡ Radio ଡେ ପାଳନ କରାଯାଉଛି । ଆଜି ଅର୍ଥାତ୍ ଫେବୃଆରୀ ୧୩ ତାରିଖ ପୁରା ବିଶ୍ୱ ପାଇଁ ଏକ ସ୍ମରଣୀୟ ଦିବସ ।
ଭାରତରେ Radio କଥା ପଡିଲା ମାତ୍ରେ ହିଁ ସମସ୍ତଙ୍କ ମନରେ ଅଲ ଇଣ୍ଡିଆ ରେଡିଓ ବା ଏଆଇଆର ନାମ ଆଗ ଆସେ । ଭାରତରେ ୧୯୩୬ରୁ ରେଡିଓ ସ୍ଥାପନ ହୋଇଥିଲେ ହେଁ ୧୯୫୬ରୁ ଏହା ଲୋକପ୍ରିୟ ହେଲା ।
ସେତେବେଳେ ସମୟରେ ପୁରା ଦେଶର ଲୋକମାନଙ୍କ ପାଖରେ ମନୋରଞ୍ଜନ ଓ ସମ୍ବାଦ ପହଞ୍ଚାଇବାପାଇଁ କେବଳ ଗୋଟିଏ ମାଧ୍ୟମ Radio ଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ Radio ମାଧ୍ୟମରେ ଲୋକେ ବିଶ୍ୱ ତଥା ଦେଶର ସମସ୍ତ ଘଟଣା ଜାଣିପାରୁଥିଲେ ।
୨୦୧୨ରୁ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ Radio ଦିବସ ଭାବରେ ପାଳନ କରାଯାଉଛି । ପ୍ରତିବର୍ଷ ଏହି ଦିନରେ Radio ର ଅବଦାନକୁ ମନେପକାଇବା ସହିତ ଆମ ସମାଜ ପାଇଁ ଏହା କେତେ ଉପଯୋଗୀ ସେ ବିଷୟରେ ବର୍ତ୍ତମାନର ଯୁବ ସମାଜକୁ ଅବଗତ କରାଯାଉଛି ।