ଭୁବନେଶ୍ୱର(ଏଟିଆର ବ୍ୟୁରୋ): ମୁହଁର ସୌନ୍ଦର୍ଯ୍ୟତା ବୃଦ୍ଧି କରିବାରେ ଅଧିକ ଆକର୍ଷିତ କରିଥାଏ ଆପଣଙ୍କ ଆଖି । କିନ୍ତୁ ଯଦି ଆଖି ତଳ କଳା ପଡିଯାଏ ତେବେ ସଂପୁର୍ଣ୍ଣ ମୁହଁ ଝାଉଁଳି ଯାଏ । ତେବେ ଆପଣ ଯେତେ ସୁନ୍ଦର ହୋଇଥିଲେ ମଧ୍ୟ ମୁହଁଟି ଅସୁନ୍ଦର ଦେଖାଯାଏ । ତେବେ ଆଜି ଆମେ ଆପଣକୁ ଏଭଳି କିଛି ଘରୋଇ ଉପାୟ ବିଷୟରେ କହିବାକୁ ଯାଉଛୁ । ଯାହାକୁ ଆପଣାଇଲା ପରେ ଆପଣଙ୍କ କଳା ଦାଗ ଦୂର ହୋଇଯିବ ।
ମୂଲତାନୀ ମିଟି
– ମୂଲତାନୀ ମିଟିରେ କାକୁଡି ରସ ମିଶାଇ ଲଗାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ । ଏହା ଆଖିକୁ ଥଣ୍ଡା କରିବା ସହ କଳା ଦାଗ ଦୂର କରିଥାଏ ।
– ମୂଲତାନୀ ମିଟିରେ ଗ୍ଲିସେରିନ ଏବଂ ବାଦାମ ରସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏବଂ ସେହି ପେଷ୍ଟକୁ ଆଖି ତଳେ ଲଗାଇ ଶୁଖିବା ପାଇଁ ଛାଡି ଦିଅନ୍ତୁ । ଏହା ଶୁଖିଗଲା ପରେ ଖାଲି ପାଣିରେ ମୁହଁ ଧୋଇ ଦିଅନ୍ତୁ । ଏଭଳି କରିବା ଦ୍ୱାରା ଆଖିକୁ ଆରମ ମିଳିଥାଏ ।- ଖିରରେ ପୋଷଣ ଗୁଣ ରହିଥିବାରୁ ଏଥିରେ ମୂଲତାନୀ ମିଟି ମିଶାଇ ଲଗାଇଲେ ଖୁବ୍ ଶୀଘ୍ର କଳା ଦାଗ ଦୂର ହୋଇଥାଏ ।
– କଳା ଦାଗ ଦୁର କରିବା ପାଇଁ ଦହି ଏବଂ ମୂଲତାନୀ ମିଟିର ମିଶ୍ରଣ ରାମବାଣ ସଦୃଶ କାମ କରିଥାଏ ।
– ମୂଲତାନୀ ମିଟିରେ ଲେମ୍ବୁ ରସ ମିଶାଇ ଆଖି ତଳେ ଲଗାଇବା ଦ୍ୱାରା କଳାଦାଗ ଦୂର ହୋଇଥାଏ ।