ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଧୂଳି-ମାଟି ଏବଂ ପ୍ରଦୂଷଣ ଯୋଗୁଁ ତ୍ୱଚାରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ । ଏହି ସମସ୍ତ ସମସ୍ୟାକୁ ଦୂର କରିବା ପାଇଁ ଯଦି ଆପଣ କେମିକାଲ ଯୁକ୍ତ ପ୍ରଡକ୍ଟ ବ୍ୟବହାର କରିବେ ତେବେ ଏହାଦ୍ୱାରା ତ୍ୱଚାକୁ କ୍ଷତି ପହଁଚିବାର ସମ୍ଭାବନା ଅଧିକ ରହିଥାଏ । ମୁଖ୍ୟତ୍ୱ ତ୍ୱଚାରେ ବ୍ରଣକୁ ରୋକିବା ପାଇଁ ପ୍ରାକୃତିକ ଜିନିଷ ବ୍ୟବହାର କରିବା ଫାଇଦା ହୋଇପାରେ । ଏହି ପ୍ରାକୃିକ ଉପାୟରେ ସବୁଠୁ ଅଧିକ ଫାଇଦା ଲେମ୍ବୁ ହୋଇପାରେ । ତେବେ ଆସନ୍ତୁ ଜାଣିବା ଲେମ୍ବୁରେ ଫେସପ୍ୟାକ ବନାଇବାର ଉପାୟ.
ବ୍ରଣ ହଟାଇବା ପାଇଁ ଆପଣ ଲେମ୍ବୁ ଏବଂ ଦହିରେ ପ୍ରସ୍ତୁତ ଫେସପ୍ୟାକ ବ୍ୟବହାର କରିପାରିବେ । ଏଥିପାଇଁ ଆପଣଙ୍କୁ ଗୋଟେ ଚାମଚ ଲେମ୍ବୁ ରସରେ ୨ ଚାମଚ ଦହି ମିକ୍ସ କରିବାକୁ ହେବ । ଏହାପରେ ସେହି ପେଷ୍ଟକୁ ତ୍ୱଚାରେ ଲଗାଇ ୨୦ ମିନିଟ୍ ପାଇଁ ଛାଡି ଦିଅନ୍ତୁ । ଏହାପରେ ଉଷୁମ ପାଣିରେ ମୁଁହକୁ ଧୋଇ ଦିଅନ୍ତୁ । ଏହାଦ୍ୱାରା ତ୍ୱଚାରେ ଥିବା ଏକ୍ସଟ୍ରା ଅଏଲ ହଟିଯିବ । ଯାହାଫଳରେ ବ୍ରଣରୁ ରକ୍ଷା ମିଳିବ । ଏହାସହିତ ତ୍ୱଚାରେ ଚମକ ଆସିବ ।
ବ୍ରଣରୁ ରକ୍ଷା ପାଇବା ପାଇଁ ଲେମ୍ବୁ ଏବଂ ବେସନ ଫେସପ୍ୟାକ ଅଧିକ ଫାଇଦା ହୋଇପାରେ । ଏଥିପାଇଁ ଆପଣ ଗୋଟେ ପାତ୍ରରେ ଆବଶ୍ୟକ ଅନୁଯାୟୀ ବେସନ ନେଇ ସେଥିରେ ଲେମ୍ବୁ ରସ ଚିପୁଡି ଦିଅନ୍ତୁ । ଏଥିରେ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ତ୍ୱଚାରେ ଲଗାନ୍ତୁ ପାଖାପାଖି ୨୦ ମିନିଟ୍ ପରେ ତ୍ୱଚାକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ଏହାଦ୍ୱାରା ଆପଣଙ୍କୁ ବ୍ରଣରୁ ରକ୍ଷା ମିଳିବ ।