ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅନେକ ଲୋକ ସୁସ୍ଥ ରହିବା ପାଇଁ କଦଳୀ ସେବନ କରିଥାନ୍ତି । ଖାସ୍ କରି ଯୁବପିଢୀ ଜିମ୍ କରିବା ସମୟରେ ଅଧିକ ମାତ୍ରାରେ କଦଳୀ ବ୍ୟବହାର କରିଥାନ୍ତି । ଯାହାଫଳରେ ସେମାନଙ୍କ ଫିଟନେସ୍ ଦମଦାର୍ ଏବଂ ଆଟ୍ରାକ୍ଟିଭ ରହିବ । କିନ୍ତୁ ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଖାଲିପେଟରେ କଦଳୀ ଖାଇଥାନ୍ତି । ଯାହା ସେମାନଙ୍କ ପାଇଁ ହାନିକାରକ ପ୍ରମାଣିତ ହୋଇପାରେ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛି ଖାଲି ପେଟରେ କଦଳୀ ସେବନ କରିବା ଦ୍ୱାରା ଶରୀର ପାଇଁ କି ପ୍ରକାରର କ୍ଷତି ହୋଇଥାଏ ।
– କଦଳୀ ରୁ ପୋଟାସିୟମ, ଫାଇବର ଏବଂ ମ୍ୟାଗ୍ନେସିୟମ ମିଳିଥାଏ । କିନ୍ତୁ ଏହାସହିତ କଦଳୀ ରେ ଏସିଡିଟି ବି ଥାଏ । ଡାକ୍ତରଙ୍କ ଅନୁସାରେ ଖାଲି ପେଟରେ ଏସିଡିଟି ଜିନିଷ ବିଲକୁଲ ବ୍ୟବହାର କରିବା ଉଚିତ୍ ନୁହେଁ । ସେଥିପାଇଁ ଆପଣଙ୍କୁ ଖାଲିପେଟରେ କଦଳୀ ବି ସେବନ କରିବା ଉଚିତ୍ ନୁହେଁ । କାରଣ ଏହାକୁ ସେବନ କରିବା ଦ୍ୱାରା ପାଚନ ସମ୍ବନ୍ଧୀୟ ସମସ୍ୟା ଉପୁଜିଥାଏ ।
– ଆୟୁର୍ବେଦ ଅନୁସାରେ କଦଳୀରୁ ପୋଟାସିୟମ ଏବଂ ମ୍ୟାଗ୍ନେସିୟମ ଅଧିକ ମାତ୍ରାରେ ମିଳିଥାଏ । ସେଥିପାଇଁ ଏହାକୁ ଖାଲି ପେଟରେ ସେବନ କରିବା ଦ୍ୱାରା ରକ୍ତରେ ଏହି ପୋଷକ ତତ୍ୱ ଅଧିକ ହୋଇଯାଇଥାଏ । ଯାହାଦ୍ୱାରା ହାର୍ଟ ପାଇଁ କ୍ଷତିକାରକ ହୋଇଥାଏ ।
– ସେହିପରି ଖାଲି ପେଟରେ କଦଳୀ ସେବନ କରିବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ବି ହୋଇପାରେ ।