ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିକାଲି ଅଧିକାଂଶ କ୍ଷେତ୍ରରେ ଦେଖିବାକୁ ମିଳୁଛି କି କମ ବୟସ୍କର ବ୍ୟକ୍ତି ହୃଦଘାତର ଶିକାର ହୋଇ ମୃତ୍ୟୁ ବରଣ କରୁଛନ୍ତି । ଏହାର କାରଣ କଣ ହୋଇପାରେ । ତେବେ ଆସନ୍ତୁ ଜାଣିବା କମ ବୟସରେ ହୃଦଘାତ ପାଇଁ କେଉଁ କାରଣ ଦାୟୀ ।
କମ ବୟସ୍କରେ ଆଲକୋହଲ ଏବଂ ସ୍ମୋକିଂ ଅଭ୍ୟାସ ହୃଦଘାତର ସବୁଠାରୁ ବଡ କାରଣ । ଯେଉଁମାନେ ଏହି ନିଶାଦ୍ରବ୍ୟ ସହିତ ଅଭ୍ୟସ୍ତ ହୋଇଯାନ୍ତି ସେମାନଙ୍କଠାରେ ହୃଦଘାତର ଆଶାଙ୍କା ଅଧିକ ରହିଥାଏ । ଏହି ଅଭ୍ୟସ୍ତ ମଣିଷ ଶରୀରରେ କାର୍ଡିଓବସ୍କୁଲାର ଡିଜିଜ ଭଳି ରୋଗର ଲକ୍ଷଣ ସୃଷ୍ଟି କରିଥାଏ ।
ଅଧିକ ମାତ୍ରାରେ ମଦ ସେବନ କରିବା ଦ୍ୱାରା ରକ୍ତଚାପ ବଢିବା ଆରମ୍ଭ ହୋଇଥାଏ । ଯାହାର ସିଧା ପ୍ରଭାବ ବ୍ଲଡ ଭେସ୍ୟାଲ୍ସ ଉପରେ ପଡିଥାଏ ଯାହାଦ୍ୱାରା ହାର୍ଟ ପମ୍ପିଂ ଆରମ୍ଭ ହୋଇଯାଏ । ଏହାଦ୍ୱାରା ହୃଦଘାତର ଆଶଙ୍କା ଅଧିକ ବଢିଯାଏ ।
ଆଜିକାଲିର ସମୟରେ ଯୁବାପିଢୀ ମାନେ ତାଙ୍କ ଡାଇଟରେ ଜଙ୍କଫୁଡ ସାମିଲ କରିବା ସହିତ ଅଧିକ ମସଲାଯୁକ୍ତ ଖାଦ୍ୟ ସେବନ କରୁଛନ୍ତି । ଏହାଦ୍ୱାରା ଶରୀରରେ କ୍ୟାଲୋରୀ ବୃଦ୍ଧି ହେବା ସହ ଏହାର ପ୍ରଭାବ ସିଧା ହାର୍ଟ ଉପରେ ପଡିଥାଏ ।
୩୦ ରୁ ୪୫ ବର୍ଷ ବୟସ୍କର ବ୍ୟକ୍ତି ସେମାନଙ୍କ ଜୀବନରେ ଏତେ ମାତ୍ରାରେ ବ୍ୟସ୍ତ ହୋଇ ଯାଉଛନ୍ତି କି ସେମାନେ ନିଜର ଖାଦ୍ୟ-ପେୟ ପ୍ରତି ଧ୍ୟାନ ଦେଇନଥାନ୍ତି । ଦିନ ସାରା କାମରେ ବ୍ୟସ୍ତ ରହିଥାନ୍ତି । କାମ ଚାପର ସିଧା ଚାପ ତାଙ୍କ ରକ୍ତ କଣିକା ଉପରେ ପଡିଥାଏ । ଏହି କାରଣ ପାଇଁ ଯୁବାପିଢୀ ରକ୍ତ ଚାପର ଶିକାର ହୋଇଥାନ୍ତି ।
ଚିନ୍ତାଗ୍ରସ୍ତରେ ରହିବା ଦ୍ୱାରା ଆପଣଙ୍କ ତନ ଆଉ ମନ କେବେ ବି ସୁସ୍ଥ ରହି ପାରିବ ନାହିଁ । ଏହାଦ୍ୱାରା ଆପଣଙ୍କ ହୃଦୟ ଆଉ ମସ୍ତିସ୍କ ପ୍ରଭାବିତ ହୋଇଥାଏ ।