ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ପ୍ରେମ ବିଶ୍ୱାସରେ ବଢ଼େ ଏବଂ ସନ୍ଦେହରେ ଛିଡେ । ତେବେ ବିନା କାରଣରେ କେହି କେବେ କାହା ଉପରେ ସନ୍ଦେହ କରି ନଥାଏ । ଆଜିକାଲିକା ଯମାନାରେ ଡ୍ରେସ ଚେଞ୍ଜ କଲା ଭଳି ବୟଫ୍ରେଣ୍ଡ ଚେଞ୍ଜ କରୁଥିବାରୁ ପ୍ରେମିକା ଉପରେ ସନ୍ଦେହ କରିଥାଏ ପ୍ରେମିକ । ତେବେ ଅନେକ କାରଣ ଅଛି ଯେଉଁ କାରଣ ପାଇଁ ପ୍ରେମିକା ପ୍ରତି ସନ୍ଦେହ ଭାବ ବଢ଼ିଥାଏ ।
ସନ୍ଦେହର କାରଣ
୧. ନିଜ ପ୍ରେମିକା ଯଦି ଆଉ କାହା ସହ ଫୋନରେ ଗପେ କିମ୍ବା ସାମ୍ନା ସାମ୍ନି ଯଦି କୋଉ ପୁଅ ସହିତ କଥା ହୁଏ ତେବେ ପ୍ରେମିକର ଛାତି ଫାଟି ଯାଇଥାଏ । ଯେତେ ଭଲ ସମ୍ପର୍କ ହେଲେ ମଧ୍ୟ ପୁରୁଷଙ୍କର ସନ୍ଦେହ ଦୃଷ୍ଟି ପଡିଥାଏ ।
୨.ଅନେକ ସମୟରେ ପତ୍ନୀଙ୍କ ବା ସାଥିଙ୍କ ସୁନ୍ଦରତା ହିଁ ସନ୍ଦେହର କାରଣ ପାଲଟିଥାଏ। ଏହା ଛଡ଼ା ପତ୍ନୀଙ୍କ ଯୌବନ ଦେଖାଯିବା ମଧ୍ୟ ସ୍ବାମୀଙ୍କ ମନରେ ସନ୍ଦେହ ବଢ଼ାଇଥାଏ। ଏପରି ମଧ୍ୟ ଦେଖାଯାଇଛି ମନରେ ସନ୍ଧେହ ହେବା କାରଣରୁ ସ୍ବାମୀମାନେ ମାରଣତକ ହୋଇଯାଆନ୍ତି।
-୩.ଜୀବନରେ ଅନେକ ସମୟରେ ଏପରି କିଛି ଅସୁବିଧା ଆସିଥାଏ ଯାହା ଫଳରେ ସ୍ବାମୀ ମାନେ ସନ୍ଦେହି ହୋଇଯାଇଥାନ୍ତି। ଏପରକି ତାଙ୍କୁ ସବୁବେଳେ ଅନୁଭବ ହୋଇଥାଏ ତାଙ୍କ ସାଥି ତାଙ୍କୁ କିଛି କଥା ଲୁଚାଉଛନ୍ତି। ଫଳରେ ଝଗଡ଼ା ହେବା ସହ ନାହିଁ ନଥିବା ଅସୁବିଧା ହୋଇଥାଏ। ଏଣୁ କେବେ ମଧ୍ୟ ନିଜ ଜୀବନ ସାଥିଙ୍କୁ କିଛି କଥା ଲୁଚାଇବା ଉଚିତ୍ ନୁହଁ। ସମସ୍ତ ଅସୁବିଧା ତଥା ଘଟଣା ବିଷୟରେ ଖୋଲି କଥା ହୁଅନ୍ତୁ। ଫଳରେ ମନରେ ଥିବା ସମସ୍ତ ସନ୍ଧେହର ସମାଧାନ ହୋଇପାରିବ।
୪.ଯଦି ବିନା କାରଣରେ ପତ୍ନୀ ଅଧିକ ସଜ୍ଜବାଜ୍ଜ ହୋଇଥାନ୍ତି ତେବେ ସ୍ବାମୀଙ୍କ ମନରେ ସନ୍ଦେହ ଜାତ ହୋଇଥାଏ। ଫଳରେ ସେ ନାହିଁ ନଥିବା ମନରେ ସନ୍ଦେହ ଜାତ ହୋଇଥାଏ। ପତ୍ନିଙ୍କ ଅଧିକ ପୁରୁଷ ବନ୍ଧୁ ରହିବା ବା ସେମାନଙ୍କ ସହ ସମୟ ବିତାଇବା ମଧ୍ୟ ସ୍ବାମୀଙ୍କ ମନରେ ସନ୍ଦେହ ଜାତ କରିଥାଏ। ଏଣୁ ଏହା ବିଷୟରେ ଖୋଲି ନିଜ ସାଥିଙ୍କ ସହ କଥା ହୁଅନ୍ତୁ। ନିଜ ବନ୍ଧୁଙ୍କ ସହ ସମୟ ବିତାଇବା ସହ ସାଥିଙ୍କୁ ମଧ୍ୟ ସଠିକ୍ ସମୟ ଦେବାକୁ ଚେଷ୍ଠା କରନ୍ତୁ।
ଯଦି ଆପଣ ରିଲେସନସିପରେ ଅଛନ୍ତି ତେବେ କେବେବି ପ୍ରେମିକାଙ୍କ ଭରଷା ଭାଙ୍ଗନ୍ତୁ ନାହିଁ। କୌଣସି ବି ସମ୍ପର୍କକୁ ଆଗକୁ ନେବାକୁ ହେଲେ ଆପଣଙ୍କୁ ଆପଣଙ୍କ ସାଥୀଙ୍କର ବିଶ୍ବସ୍ଥ ହେବା ଦରକାର। ଥରେ ଯଦି ସମ୍ପର୍କରେ ଫାଟ ହୋଇଯାଏ ତେବେ ଏହାକୁ ଯୋଡିବା ବହୁତ କଷ୍ଟକର ହୋଇପଡେ ।