ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ୨୦୧୯ର ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ଆୟୋଜିତ ହୋଇଯାଇଛି । ଦିଲ୍ଲୀ ବିଜ୍ଞାନ ଭବନ ଠାରେ ଏହି ଉତ୍ସବ ଆୟୋଜିତ କରାଯାଇଥିଲା । ଏହି ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ପୁରସ୍କାର ପ୍ରଦାନ କରିଛନ୍ତି । ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲକେ ଆୱାର୍ଡ ମିଳିଥିଲା । ହେଲେ ବିଗ୍ ବି ଅସୁସ୍ଥ ଥିବାରୁ ଏହି ଉତ୍ସବରେ ଯୋଗ ଦେଇ ପାରିନଥିଲେ ।
ସେହିଭଳି ଅନ୍ଧାଦୁନ ପାଇଁ ଆୟୁଷ୍ମାନ ଖୁରାନ ଓ ଉରି- ଦ ସର୍ଜିକାଲ ଷ୍ଟ୍ରାଇକ ପାଇଁ ଭିକ୍କି କୌଶଲଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ କରାଯାଇଛି । ଅକ୍ଷୟ କୁମାରଙ୍କ ଫିଲ୍ମ ପ୍ୟାଡମ୍ୟାନ କୁ ଶ୍ରେଷ୍ଠ ସାମାଜିକ ଚଳଚ୍ଚିତ୍ର ପୁରସ୍କାର ମିଳିଛି । ଅନ୍ୟ ପଟେ ଫିଲ୍ମ ବଧାଇ ହୋ ପାଇଁ ଅଭିନେତ୍ରୀ ସୁରୋଖା ଶିକାରୀଙ୍କୁ ବେଷ୍ଟ ସପୋଟିଂ ଆକ୍ଟ୍ରେସ୍ ଆୱାର୍ଡ ରେ ସମ୍ମାନୀତ କରାଯାଇଛି ।