ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଦୃତଗତିରେ ଭାରତୀୟ ସେନା ମଜବୁତ ହେବାରେ ଲାଗିଛନ୍ତି ଏବଂ ଦେଶରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବିକାଶିତ କରିବା ପାଇଁ ଏଜେନ୍ସି ଗୁଡିକ ପ୍ରସ୍ତୁତ ଅଛନ୍ତି ।
ଇତି ମଧ୍ୟରେ ସେନା ପ୍ରମୁଖ ଜେନେରାଲ ବିପିନ୍ ରାୱତଙ୍କୁ ଭରଷା ଅଛି କି, ଭାରତ ତାର ଆଗାମୀ ଯୁଦ୍ଧ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ମାଧ୍ୟମରେ କରିବ ଏବଂ ଏଥିରେ ବିଜୟ ହାସଲ କରିବ । ସେପଟେ ଆର୍ମଡ ଫୋର୍ସେଜକୁ ସ୍ୱଦେଶୀ ଟେକନିକ୍ ସହ ସାମିଲ କରିବା ପାଇଁ ରାୱତ ପ୍ରୋତ୍ସାହନ କରିଛନ୍ତି ।
ପ୍ରକୃତରେ ମଙ୍ଗଳବାର ଦିନ ରାଜଧାନୀରେ ଆୟୋଜିତ ହୋଇଥିବା ରକ୍ଷା ଏବଂ ଅନୁସନ୍ଧାନ ବିକାଶ ସଂଗଠନ (ଡିଆରଡିଓ) ର୍ ୪୧ତମ ନିର୍ଦ୍ଦେଶକ ସମ୍ମିଳନୀକୁ ସମ୍ବୋନ୍ଧିତ କରି କହିଛନ୍ତି କି, ଭବିଷ୍ୟତରେ ହେବାକୁ ଥିବା ଯୁଦ୍ଧକୁ ଦୃଷ୍ଟିରେ ରଖି ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟ ରକ୍ଷା ପ୍ରଣାଳୀକୁ ବିକାଶ କରାଯାଉ । ଭବିଷ୍ୟତରେ ଯୁଦ୍ଧ ମୁହାଁ ମୁହିଁ ହେବ ବୋଲି କୌଣସି ଆବଶ୍ୟକ ନାହିଁ । ଆମକୁ ସ୍ପେସ୍, ଲେଜର,ଇଲୋକ୍ଟ୍ରୋନିକ ୱାର, ରୋବୋଟିକ୍ସ ଡେଭଲପମେଣ୍ଟ ସହିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ କାମ କରିବାର ଆବଶ୍ୟକତା ରହିଛି । ଏହା ପୂର୍ବରୁ ଡେରି ନ ହୋଇଯାଉ , ଆମେ ଏନେଇ ଭାବିବା ଉଚିତ୍ ।