ଜାମ୍ମୁ-କାଶ୍ମୀର(ଏଟିଆର ବ୍ୟୁରୋ): ଜାମ୍ମୁ-କାଶ୍ମୀରର ରାଜୌରି ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଠାରେ ଗତକାଲି ପାକିସ୍ତାନ ପଟୁ ସେଲିଙ୍ଗ ଓ ଗୁଳି ମାଡ କରାଯାଇଥିଲା । ଫଳରେ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି । ଏହା ସହ ଜଣେ ସ୍ଥାନୀୟ ନଗରିକ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ରାଜୌରି ଏବଂ ପୁଞ୍ଚ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ନିୟନ୍ତ୍ରଣ ରେଖାରେ ଗତକାଲି ବିଳମ୍ବିତ ରାତିରେ ପାକିସ୍ଥାନ ସୌନଙ୍କ ପକ୍ଷରୁ ଭିଣଷ ଗୁଳି ମାଡ କରାଯାଇଥିଲା ।
ଏହାର ପାଳଟା ଜବାବ ଭାରତୀୟ ସୁରକ୍ଷା କର୍ମୀଙ୍କ ତରଫରୁ ଦିଆଯାଇଛି । ତେବେ ଗୁଳି ମାଡରେ ଆହତ ହୋଇଥିବା ନାଗରିକଙ୍କୁ ତୁରନ୍ତ ମେଡିକରଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବାର ଜଣାପଡିଛି ।