ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିକାଲି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ବିସର୍ଜନ କାର୍ଯ୍ୟକ୍ରମ ଜାରି ରହିଛି । ବିଜେପି ନେତାଙ୍କ କହିବାନୁଯାୟୀ ବାଜପେୟୀଙ୍କୁ ସମ୍ମାନ ଜଣାଇ ଅସ୍ଥି କଳସକୁ ଶୋଭାଯାତ୍ରାରେ ନେଇ ବିସର୍ଜନ କରାଯାଉଛି । କିନ୍ତୁ ତାହା ବିଲକୁଲ୍ ଓଲଟା । କିଛି ପ୍ରତ୍ୟେକ୍ଷଦର୍ଶୀଙ୍କ ଅନୁସାରେ ଶୋକଯାତ୍ରାରେ ମଲାଇ ଚା’ ଏବଂ ବ୍ରେଡ ବଟର ବଂଟା ଯାଉଛି । ନେତାମାନେ ହସୁଛନ୍ତି, ତେବେ ଏହା କେଉଁ ଭଳି ସମ୍ମାନ । ଏଠି ଦୋହାରାଇବାକୁ ପଡିବନି କି ଅଟଳ ବିହାରୀ ବାଜପେୟୀ ହେଉଛନ୍ତି ବିଜେପିର ଜଣେ ଲୋକପ୍ରି୍ରୟ ନେତା । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛୁ କି ଚଳିତ ବର୍ଷ ୪ଟି ରାଜ୍ୟରେ ବିଧାନସଭା ନର୍ବାଚନ ଏବଂ ଆସନ୍ତା ବର୍ଷ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସତରେ କ’ଣ ବିଜେପି ବାଜପେୟୀଙ୍କ ଅସ୍ଥି ବ୍ୟବହାର କରି ଏଭଳି ରଣନିତୀ କରୁଛି ।
ଉତ୍ତରପ୍ରଦେଶରେ ବାଜପେୟୀଙ୍କ ଅସ୍ଥି କଳସ ଯାତ୍ରାରେ ଥିବା ଜଣେ ପ୍ରତ୍ୟେକ୍ଷଦର୍ଶୀ ଆଶିଷ ସାଗରଙ୍କ କହିବାନୁଯାୟୀ, ‘ ଆମେ ଏହି ଆଡମ୍ବରରୁ ଅଧିକ କିଛି ମାନୁନୁ । ବାଜପେୟୀଙ୍କ ଅସ୍ଥିକୁ ୪୦୦୦ କଳସରେ ରଖି ତାଙ୍କୁ ସାରା ଦେଶରେ ଭ୍ରମଣ କରାଇବା, ଏହା କ’ଣ! କେବଳ ଏତିକି ନୁହେଁ ବିଜେପି ନେତାମାନେ ହସ ଖୁସିରେ ଯାତ୍ରା କରୁଛନ୍ତି । ତାହାସହିତ ମଲାଇ ଚା’ ଏବଂ ବ୍ରେଡ୍ ବଟର ବଂଟା ଯାଉଛି’ । ସେ ସିଧାସଳଖ କହିଛନ୍ତି ଯେ ଯଦି ବିଜେପି ଏଭଳି ଉପାୟରେ ଭୋଟ ହାତେଇବାକୁ ଚାହୁଁଛି ତ ହାତାଉ, କିନ୍ତୁ ନିଜ ନେତାଙ୍କ ପ୍ରତି କିଛି ତ ସମ୍ମାନ ଦେଉ ।