ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ବଜାରରେ ଆଜି ପୁଣି ସୁନା ଦର ହ୍ରାସ ହୋଇଛି । ଏମସିଏକ୍ସ ରେ ସୁନା ଦର ୦.୭ ପ୍ରତିଶତ ହାସ ହେବା ସହିତ ୧୦ ଗ୍ରାମ ପ୍ରତି ସୁନା ଦର ୪୭,୪୭୫ ରେ ପହଁଚିଛି । ସେହିପରି ଚାନ୍ଦୀ ଦର ୦.୧୬ ପ୍ରତିଶତ ବୃଦ୍ଧି ହୋଇ କିଲୋଗ୍ରାମ ପ୍ରତି ଚାନ୍ଦୀ ୬୮,୬୦୦ କୁ ବୃଦ୍ଧି ପାଇଛି । ଭାରତରେ ଗତ ଅଗଷ୍ଟ ମାସରେ ସୁନା ଦର ଉଚ୍ଚ ସ୍ତରରେ ରହିଥିଲା କିନ୍ତୁ ଏବେ ଦରରେ ସାମାନ୍ୟ ହ୍ରାସ ଘଟିଛି । ବିଶେଷଜ୍ଞଙ୍କ କହିବାନୁଯାୟୀ ଭାରତରେ ସୁନା ଦରରେ ସୁଧାର ଆସିବା ପରେ ସୁନା ଚାହିଦା ଅଧକ ବଢିପାରେ । ବୈଷୟିକ ବଜାରରେ ମଧ୍ୟ ଆଜି ସୁନା ସୁନା ହ୍ରାସ ହୋଇଛି ।
ଭାରତରେ, ଜାନୁଆରୀରେ ଗୋଲ୍ଡ ଏକ୍ସଚେଞ୍ଜ ଟ୍ରେଡେଡ ଫଣ୍ଡସ (ଇଟିଏଫ୍) ରେ ୬୨୫ କୋଟି ଟଙ୍କାର ନିବେଶ କରାଯାଇଛି । ଯାହା ଏହା ଗତ ମାସ ମୁକାବିଲାରେ ୪୫ ପ୍ରତିଶତ ଅଧିକ ଥିଲା । ନିବେଶକଙ୍କ ଆଶା ରହିଛି କି, ଆଗକୁ ସୁନା ବଜାର ଭଲ ରହିବ ।
ଦେଶରେ ସୁନାର ଚାହିଦା ଗତବର୍ଷ ଅର୍ଥାତ ୨୦୨୦ ରେ ୩୫ ପ୍ରତିଶତରୁ ଅଧିକ ହ୍ରାସ ହୋଇ ୪୪୬.୪ ରେ ରହି ଯାଇଛି । ଏନେଇ ବିଶ୍ୱ ସ୍ୱର୍ଣ୍ଣ ପରିଷଦ (ଡବ୍ଲୁୃଜିସି) ର ଏକ ରିପୋର୍ଟରେ ସୂଚନା ଦିଆଯାଇଛି ।