ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜେଟ୍ ଏୟାର ୱେଜ୍ ର ସ୍ଥିତିକୁ ଦେଖି ସରକାରଙ୍କ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ଡକାଯାଇଛି । ଅନୁପାଳନ ପ୍ରସଙ୍ଗ ଉପରେ ଚର୍ଚ୍ଚା ପାଇଁ ମଙ୍ଗଳବାର ଜେଟ୍ ଏୟାରୱେଜ୍ ର ପ୍ରବନ୍ଧନଙ୍କ ସହିତ ଏହି ବୈଠକ ଡକା ଯାଇଛି । ଏବେ ଜେଟ୍ ଏୟାରୱେଜ୍ ର ଉଡାଣ ରଦ୍ଦ ହେବା ମାମଲା ଜାରି ରହିଛି । ଅନ୍ୟପଟେ ଗତ ତିନି ମାସ ହେବ ବେତନ ମିଳିନି ବୋଲି ଡିଜିସିଏ କୁ ଏୟାରୱେଜ୍ ର ଇଂଜିନିୟର ସଂଘ ସୂଚିତ କରିଛନ୍ତି ।
ଏନେଇ ଜେଟ୍ ଏଆରୱେଜ୍ ବିମାନ ଛିଡା ହେବା ଦ୍ୱାରା ଯାତ୍ରୀଙ୍କର ସମସ୍ତ ଅସୁବିଧାର ସମାଧନ ପାଇଁ ମନ୍ତ୍ରାଳୟ ସଚିବକୁ ରେଲୱେ ମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି । ଆଜି ଡକାଯାଇଥିବା ଏହି ବୈଠକରେ ବିମାନ ଛିଡା ହେବାର ଆଗୁଆ ବୁକିଂ, ରିକେଟ ରଦ୍ଦିକରଣ, ରିଫଣ୍ଡ ଏବଂ ସୁରକ୍ଷା ଭଳି ପ୍ରସଙ୍ଗ ଉପରେ ଚର୍ଚ୍ଚା ହେବ । ଏହି ମାମଲାକୁ ଗମ୍ଭୀରତା ସହ ନେଇ ବିଚାର କରିବା ପାଇଁ ମନ୍ତ୍ରାଳୟର ସଚିବକୁ ସୁରେଶ ପ୍ରଭୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ମାମଲାରେ ଡିଜିସିଏ ର ହସ୍ତକ୍ଷେପ ପାଇଁ ଜେଏଏମଇଡବଲ୍ୟୁଏ ଦାବି କରିଛି । ଜେଏଏମଇଡବଲ୍ୟୁ ପକ୍ଷରୁ କୁହାଯାଇଛି କି ତାଙ୍କ ପାଇଁ ବିତ୍ତିୟ ଆବଶ୍ୟକତା ପୂରଣ କରିବା କଠିନ ହୋଇ ପଡିଛି । ଇଂଜିନିୟରଙ୍କ ମନେିବିଜ୍ଞାନ ସ୍ଥିତି ଉପରେ ଖରାପ ପ୍ରଭାବ ପଡୁଛି । ସେଥିପାଇଁ ତାଙ୍କ କାମ ପ୍ରଭାବିତ ହେଉଛି । ଇତି ମଧ୍ୟରେ ଦେଶ-ବିଦେଶରେ ଉଡାଣ ଭରୁଥିବା ଜେଟ୍ ଏୟାରୱେଜ୍ ର ସୁରକ୍ଷା ବିପଦରେ ରହିଛି ।
ଆର୍ଥିକ ସଙ୍କଟରେ ଗତି କରୁଥିବା ଏୟାରୱେଜ୍ ପକ୍ଷରୁ ସୋମବାର ୪ ଟି ବିମାନ ଉଡାଣକୁ ରଦ୍ଦ କରିଦିଆଯାଇଥିଲା । ସେପଟେ ବିମାନର ଉଡାଣ ବାତିଲକୁ ନେଇ ଯାତ୍ରୀଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।