ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆୟକର ରିଟର୍ଣ୍ଣ ଅବଧିକୁ ପୁଣିଥରେ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ଆୟକର ରିଟର୍ଣ୍ଣ କରିବାର ତାରିଖକୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ ବୃଦ୍ଧି କରାଯାଇଛି । ଏହାକୁ ନଭେମ୍ବର ୩୦ ଯାଏଁ ବୃଦ୍ଧି କରାଯାଇଛି ।
କୋଭିଡ ୧୯ ପାଇଁ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି । ଅର୍ଥମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶ ପତ୍ର ଅନୁସାରେ କରୋନା ମହାମାରୀ ଦ୍ୱାରା କରଦାତ୍ତାଙ୍କୁ ହୋଇଥିବା ସମସ୍ୟା କୁ ନଜରରେ ରଖି ସିବିଡିଟି ଏହି ତାରିଖକୁ ବୃଦ୍ଧି କରାଇଛି ।