ମୁମ୍ବାଇ (ଏଟିଆର ବ୍ୟୁରୋ): ମଝି ସମୁଦ୍ରରେ ଜାହାଜରେ ଚାଲିଥିଲା ଡ୍ରଗ୍ସ ପାର୍ଟି । କେହି କିଛି ଜାଣିବା ଆଗରୁ ଅଚାନକ ଚଢାଉ କଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି । ଏହି ମାମଲାରେ ବଲିଉଡ ଅଭିନେତା ଶାହରୁଖ ଖାଁଙ୍କ ପୁଅ ଆର୍ୟନ ଥିବା ଜଣାପଡିଛି । ଏନସିବି ଟିମ୍ ଏବେ ଆର୍ୟାନଙ୍କୁ ପଚାରାଉଚରା କରୁଛି । ଏହାସହିତ ଏହି ମାମଲାରେ ୮ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ମଧ୍ୟ ପଚରାଉଚରା କରୁଛି ଏନସିବି ଟିମ୍ ।
ଆର୍ୟାନଙ୍କୁ ସେଠାକୁ ଅତିଥି ଭାବେ ନିମନ୍ତ୍ରତ କରାଯାଇଥିଲା ବୋଲି ପଚରାଉଚରାରେ କହିଛନ୍ତି ଆର୍ୟାନ । ସେ କହିଛନ୍ତି କି ସେ ପାର୍ଟି ପାଇଁ କୌଣସି ଫିସ ଦେଇ ନାହାନ୍ତି । ବରଂ ତାଙ୍କ ନାଁରେ ଲୋକଙ୍କ ପାର୍ଟି ଡକା ଯାଇଥିଲା ।