ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ପୁଣି ଅଡୁଆରେ ସିଦ୍ଧୁୂ । ସବୁବେଳେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା ସିଦ୍ଧୁଙ୍କୁ ଏଥର ବିଜେପି ବିରୋଧୀ ମନ୍ତବ୍ୟ ଭାରୀ ପଡିଛି । କ୍ରିକେଟରରୁ ରାଜନେତା ବନିଥିବା ନଭୋଜୋତ ସିଂ ସିଦ୍ଧୁ ପୁଣି ଏକ ନୂଆ ଅଡୁଆରେ ଛନ୍ଦି ହୋଇଛନ୍ତି । ମୋଦିଙ୍କୁ ମନ୍ତ୍ରୀ ପଦରୁ ହଟାଇବା ପାଇଁ ସବୁ ମୁସଲମାନ ଭୋଟରଙ୍କୁ ଏକାଠି ହେବା ପାଇଁ ସିଦ୍ଧୁ ଆହ୍ୱାନ ଦେଇଥିଲେ ଯାହା ବର୍ତ୍ତମାନ ତାଙ୍କୁ ପୁଣିଥରେ ବିବାଦକୁ ଟାଣିଛି ।
ଯାହା ପାଇଁ ସିଦ୍ଧୁଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ମୋଦିଙ୍କ ବିରୋଧୀ ଏହି ମନ୍ତବ୍ୟ ପାଇଁ ବିଜେପି ପକ୍ଷରୁ ଏ ନେଇ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ ହୋଇଥିଲା । ଏଥିପାଇଁ ତାଙ୍କୁ ୨୪ ଘଣ୍ଟା ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦେଶ ହୋଇଛି । ସୂଚନା ଅନୁସାରେ ବିହାରର ଏକ ନିର୍ବାଚନ ସଭାରେ ସିଦ୍ଧୁ ଏହି ଆହ୍ୱାନ ଦେଇଥିଲେ