ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଡିସେମ୍ବର ୧ ରୁ ଦେଶବ୍ୟାପି ଟୋଲ ପ୍ଲାଜାରେ ଲାଗୁ ହେବ ଟ୍ୟାଗ ଫ୍ରି ସିଷ୍ଟମ । ସେହି ଅନୁଯାୟୀ ଟ୍ରୋଲ ପ୍ଲାଜାରେ ନଗଦ ଟଙ୍କା ନେବା ସିଷ୍ଟମ ବନ୍ଦ ହୋଇଯିବ । ଏହାସହିତ ମ୍ୟାନଲେସ୍ ଟୋଲରେ ଗାଡି ଗୁଡିକ ଟ୍ୟାଗ୍ ଫ୍ରି ସିଷ୍ଟମ ଜରିଆରେ ଗଡିବ । ଏନେଇ ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ (ଏନଏଚଏଆଇ) ପକ୍ଷରୁ ଡେପୁଟି କମିଶନରଙ୍କୁ ଚିଠି ଲେଖାଯାଇ ଗାଡି ଗୁଡିକୁ ଟ୍ୟାଗ ଫ୍ରି କରିବାକୁ କୁହାଯାଇଛି ।
ଡେପୁଟି କମିଶନରଙ୍କୁ ଲେଖା ଯାଇଥିବା ଚିଠିରେ କୁହାଯାଇଛି, ସରକାରୀ ଗାଡି ଗୁଡିକରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଟ୍ୟାଗ ଲଗାଯାଉ ଏବଂ କେବଳ ଟ୍ୟାଗ୍ ଫ୍ରି ଗାଡିଗୁଡିକୁ ହିଁ ଟୋଲ କ୍ରସ କରିବାର ଅନୁମତି ଦିଆଯିବ । ଏହାସହିତ ଅନୁରୋଧ କରାଯାଇଛି କି ଏକ ଅଭିଯାନ ଜରିଆରେ ପଞ୍ଚାୟତ, ରାଜକିୟ ସ୍କୁଲ-କଲେଜ, ମ୍ୟୁନିସିପାଲିଟି ଅଫିସର କର୍ମଚାରୀ ଏବଂ ଅନ୍ୟ ସଂସ୍ଥାନରେ ଫାଷଟ୍ୟାଗ୍ ବିଷୟରେ ବୁଝାଯାଉ । ଏହି ପ୍ରକ୍ରିୟା ଟୋଲକୁ କ୍ୟାସଲେସ୍ କରିବା ସହ ଡିଜିଟାଲାଇଜେସନକୁ ପ୍ରାଧାନ୍ୟ ଦେବା ଉଦ୍ଦ୍ୟେଶରେ କରାଯାଉଛି ।
ଯେଉଁ ଗାଡି ଗୁଡିକ ଟୋଲ ପ୍ଲାଜାରେ ପହଁଚିବ ଏବଂ ସେଥିରେ ଆରଏଫଆଇଡି ଟ୍ୟାଗ ଲଗା ହୋଇଥିବ । ସେହି ଗାଡି ଗୁଡିକୁ ଟୋଲ ପ୍ଲାଜାରେ ଲଗା ହୋଇଥିବା କ୍ୟାମେରା ଡିଟେକ୍ଟ କରିବ । ଯଦି ଗାଡିରେ ଫାଷଟ୍ୟାଗ୍ ଥିବ ତେବେ ସେହି ଗାଡିର ଆକାଉଣ୍ଟରୁ ଆପେଆପେ ଟୋଲ ରାଶି କଠିଯିବ ଏବଂ ସାମ୍ନାରେ ଲଗା ହୋଇଥିବା ଅଟୋମେଟିକ ବ୍ୟାରିୟର ଖୋଲିଯିବ । ଯାହାଫଳରେ ଗାଡି ସହଜରେ ଟୋଲରେ ଯିବା ଆସିବା କରିପାରିବ ।
ଏନଏଚଆଇ ଏବଂ ଟୋଲ ଅଧିକାରୀଙ୍କ କହିବାନୁଯାୟୀ ଏହି ପ୍ରକିୟା ଲାଗୁ ହେବା ଦ୍ୱାରା କେବଳ ଡିଜିଟାଇଲେସନ ଏବଂ କ୍ୟାସଲେସ୍ ହେବ ତାହା ନୁହେଁ, ବରଂ ଗାଡି ଚାଳକଙ୍କ ସମୟ ବଞ୍ଚିବ । ବିଭିନ୍ନ ଟୋଲରେ ଗାଡି ଗୁଡିକ ଯେପରି ଲମ୍ବା ଲାଇନ୍ ରେ ଛିଡା ହେଉଥିଲା । ଆଉ ସେଭଳି ଲମ୍ବା ଲାଇନ୍ ଦେଖିବାକୁ ମିଳିବ ନାହିଁ । ଏହି ପ୍ରକ୍ରିୟା ପାଇଁ ଗୋଟେ ଗାଡି ପିଛା ୧୦ ରୁ ୩୦ ସେକେଣ୍ଡ ସମୟ ଲାଗିବ ।
ଆରଏଫ୍ଆଇଡି କଣ?
ଆଜିକାଲି ନୂଆ ଗାଡି ମାନଙ୍କରେ କମ୍ପାନୀରୁ ରେଡିଓ ଫ୍ରିିକ୍ୱେନ୍ସି ଇଂଫ୍ରାରେଡ ଡିଭାଇସ (ଆରଏଫଆଇଡି) କିମ୍ବା ର୍ୟାଫିଡ ଟ୍ୟାଗ ଲାଗିକି ଆସୁଛି । ଏହି ଟ୍ୟାଗକୁ ପୁରୁଣା ଗାଡିରେ ଲଗାଇବାକୁ ପଡିଥାଏ । ଏହାମାଧ୍ୟମରେ ଏକ ଆକାଉଣ୍ଟ ଖୋଲିଥାଏ, ଯାହାଦ୍ୱାରା ସାରାଦେଶରେ ଥିବା ଯେକୌଣସି ଟୋଲ ରୁ ଫାଷଟ୍ୟାଗ୍ ଜରିଆରେ ସହଜରେ ଟୋଲ କ୍ରସ କରିପାରିବେ । ଏହି ଆକାଉଣ୍ଟକୁ ମୋବାଇଲ ଫୋନ୍ ଭଳି ଚାର୍ଜ କରିବାକୁ ପଡିଥାଏ । କୌଣସି ଗାଡି ମାଲିକଙ୍କ ଆକାଉଣ୍ଟରେ ଯେତେବେଳେ ଏହି ଟ୍ୟାଗ ଚାର୍ଜ ହୋଇଥାଏ ତାପରେ ଗାଡି ଟୋଲ ପ୍ଲାଜାରେ ସହଜରେ କ୍ରସ କରିଥାଏ । ସେଥିପାଇଁ ଟୋଲ ପ୍ଲାଜାରେ କୌଣସି ବ୍ୟକ୍ତିଙ୍କୁ ବସିବାକୁ ପଡିବ ନାହିଁ, କ୍ୟାମେରା ଯୋଗେ ଅଟୋମେଟିକ ଗାଡି ଡିଟେକ୍ଟ ହେବ । ଏହାପରେ ଆକାଉଣ୍ଟରୁ ଟଙ୍କା କଟିବ ।
କିଭଳି କରିବେ ଆରଏଫ୍ଆଇଡି:
ଯେକୌଣସି ବ୍ୟାଙ୍କରେ ଆପଣ ଆରଏଫଆଇଡି ଖୋଲି ପାରିବେ । ଡିସେମ୍ବର ୧ ରୁ ଟୋଲ ପ୍ଲାଜା ଗୁଡିବ କ୍ୟାସଲେସ୍ ହେବାକୁ ଯାଉଛି । ସେଥିପାଇଁ ଅନେକ ଟୋଲ ପ୍ଲାଜାରେ ବ୍ୟାଙ୍କ କର୍ମଚାରୀଙ୍କୁ ବସିବାକୁ କୁହାଯାଇଛି, ଯାହାଫଳରେ ଗାଡିଚାଳକ ମାନେ ଏହି ପ୍ରକ୍ରିୟା ଟୋଲ ପ୍ଲାଜାରେ ହିଁ କରିପାରିବେ । ସେଥିପାଇଁ ଗାଡିଚାଳକଙ୍କୁ ସେମାନଙ୍କ ଆରସି, ଆଧାର କାର୍ଡ, ପ୍ୟାନ କାର୍ଡ ଏବଂ ଫଟୋ କପି ଆଦି ଦେବାକୁ ପଡିବ ।