ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆଜି ଫାଇନାଲ ମ୍ୟାଚ । ଆଇସିସି ଦ୍ୱାରା ପରିଚାଳିତ ବିଶ୍ୱକପ ୨୦୧୯ର ଫାଇନାଲ ମ୍ୟାଚ । ଇଂଲଣ୍ଡ ଓନ୍ୟୁଜିଲାଣ୍ଡ ମଧ୍ୟରେ କଡା ଟକାର । ଲଣ୍ଡନର ଐତିହାସିକ ଷ୍ଟାଡିୟମ ‘ଲଡର୍ସ’ରେ ଭାରତୀୟ ସମୟ ଅନୁସାରେ ଅପରାହ୍ଣ ୩ଟାରେ ଇଅନ ମୋର୍ଗାନଙ୍କ ଇଂଲଣ୍ଡ ଟିମ କେନ ୱିଲିୟମସନଙ୍କ ନ୍ୟୁଜିଲାଣ୍ଡକୁ ଭେଟିବ ।
ଏହି ବିଶ୍ୱକପରରେ ଇଂଲଣ୍ଡ ଚମ୍ପିଅନ ହେବାକୁ ଆଶ ରଖିଛି । ଏଥି ପାଇଁ ରଣନୀତି ପ୍ରସ୍ତୁତ କରିଛି ଇଂଲଣ୍ଡ । ପୂର୍ବରୁ ଇଂଲଣ୍ଡ ଫାଇନାଲକୁ ୩ ଥର ପ୍ରବେଶ କରିଛି । ମାତ୍ର ବିଜୟୀ ହୋଇ ପାରି ନାହିଁ । ନ୍ୟୁଜିଲାଣ୍ଡ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ତେଣୁ ଆଜିର ମ୍ୟାଚରେ ଯେଉଁ ଟିମ ଜିତିଲେ ପ୍ରଶଂସକଙ୍କ ପାଇଁ କୌଣସି ଅସୁବିଧା ନାହିଁ ।
କାରଣ କ୍ରିକେଟ ବିଶ୍ୱକପ ନୂଆଁ ଚାମ୍ପିଅନ ଟିମ ପାଇବ । ଚଳିତ ବିଶ୍ୱକପରେ ମୋଟ ୧୦ଟି ଟିମ ଅଂଶଗ୍ରହଣ କରିଥିଲେ । ଏଯାଏଁ ୪୭ଟି ମ୍ୟାଚ ଖେଳାସରିଛି । ଏଥିରେ ୪୫ଟି ଲିଗ ମ୍ୟାଚ ହୋଇଥିବା ବେଳେ ୨ଟି ସେମିଫାଇନାଲ ସାମିଲ ରହିଛି ।