ଗୁଜୁରାଟ(ଏଟିଆର ବ୍ୟୁରୋ): ପୁଲିସ କନେଷ୍ଟବଳ ପଦବୀ ପାଇଁ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ଅହମଦାବାଦରେ ୫ ଜଣ ଅଭିଯୁକ୍ତ ଧରାପଡିଛନ୍ତି । ସେମାନଙ୍କ ମଧ୍ୟରେ ଦୁଇ ଜଣ ବିଜେପି ସଦସ୍ୟ ହୋଇଥିବା ବେଳେ ଜଣେ ପୁଲିସ ସବ୍-ଇନ୍ସପେକ୍ଟର୍ ଥିବା ଜଣା ପଡିଛି । ସେମାନେ ହେଲେ ସବ୍-ଇନ୍ସ୍ପେକ୍ଟର୍ ପି ଭି ପଟେଲ୍, ଏବଂ ବିଜେପି ସଦସ୍ୟ ମୁକେଶ ଚୌଧୁରୀ ଏବଂ ମନହର ପଟେଲ୍ । ଅନ୍ୟମାନେ ହେଲେ ବଡ଼ୋଦର ପୌର ନିଗମର କର୍ମଚାରୀ ଯଶପାଲ ସୋଲାଙ୍କି ଏବଂ ରୁପାଲ ଶର୍ମା ।
ଅଭିଯୋଗ ଦାଏର ପରେ ଉଭୟଙ୍କୁ ଗୁଜୁରାଟରେ ଥିବା ଭାରତୀୟ ଜନତା ପାର୍ଟିରୁ ବହିଷ୍କାର କରାଯାଇଥିବା ଜଣାପଡିଛି । ରବିବାର ଦିନ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷା ପୂର୍ବରୁ ଇଣ୍ଟରନେଟ୍ ରେ ପଶ୍ନପତ୍ର ଲିକ୍ ହେବା ପରେ ପରୀକ୍ଷାକୁ ବାତିଲ କରି ଦିଆଯାଇଥିଲା । ଏହା ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଗୃହ ବିଭାଗକୁ ନିର୍ଦେଶ ଦେଇଛନ୍ତି ।