ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ ଚୀନ୍ ର ଯୁଦ୍ଧ ବିମାନ ଏବଂ ହେଲିକପ୍ଟର ବୃଦ୍ଧିର ଗତିବିଧିକୁ ଦୃଷ୍ଟିରେ ରଖି ଭାରତ ବି ସତର୍କ ହୋଇଯାଇଛି । ପୂର୍ବ ଲଦାଖ ସୀମା ରେ ଭାରତ ପକ୍ଷରୁ ରକ୍ଷାପ୍ରଣାଳୀ ଉପଲବ୍ଧ କରାଯାଇଛି । ଯାହାଦ୍ୱାରା ଆଖି ପିଛୁଳାକେ ଶତ୍ରୁ ଜାହାଜକୁ ଧ୍ୱଂସ କରି ପାରିବ ଏହି ମିଶାଇଲ ।
ବର୍ତ୍ତମାନ ପରିସ୍ଥିତିରେ ଚୀନ୍ ର କୌଣସି ବି ପ୍ରତିଶୃତି ଉପରେ ବିଶ୍ୱାସ କରିବା ଉଚିତ୍ ନୁହେଁ । ସେଥିପାଇଁ ରକ୍ଷାମନ୍ତ୍ରୀ ରାଜନାଥ ସିଂ ଋଷ ଗସ୍ତରୁ ଫେରିବା ପରେ ତୁରନ୍ତ ସେନା ପ୍ରମୁଖ ଜେନେରାଲ ଏମଏମ ନରଭେଣଙ୍କୁ ଭେଠି ବୈଠକ କରିଛନ୍ତି ।
ନିକଟରେ ପ୍ରମୁଖ ରକ୍ଷା ଅଧ୍ୟକ୍ଷ ସିଡିଏସ ଜେନେରାଲ ବିପିନ ରାୱତ ଏବଂ ତିନି ସେନାର ପ୍ରମୁଖଙ୍କ ସହିତ ଏକ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ । ଏହି ବୈଠକ ପରେ ତିନି ସେନାର ଅଲର୍ଟ ସ୍ତର ବୃଦ୍ଧି କରାଇବାର ନିଷ୍ପତି ନିଆଯାଇଥିଲା ।
ସୂଚନାଯୋଗ୍ୟ, ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଛି । ନିକଟରେ ଗଲୱାନ ଘାଟିରେ ଦୁଇ ଦେଶର ସେନାଙ୍କ ମଧ୍ୟ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ ।