ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦି ନିହତ ହୋଇଛନ୍ତି । ଅନନ୍ତନଗରର ଖୁଲଚୋହର ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବାର ଖବର ପାଇ ସୁରକ୍ଷାମକର୍ମୀ ଅପରେସନ୍ ଆରମ୍ଭ କରିଦେଇଥିଲେ । ଏହାପରେ ଗୁଳିବିନିମୟ ଆରମ୍ଭ ହୋଇଥିଲା । ଏଥିରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ।
କାଶ୍ମୀର ଜୋନର ପୋଲିସଙ୍କ କହିବାନୁଯାୟୀ, ଆତଙ୍କବାଦିଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ । ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ୍ ଜାରି ରହିଛି ।
ଏହାପୂର୍ବରୁ ଜୁନ୍ ୨୬ ରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ତିନି ଜଣ ଆତଙ୍କବାଦିଙ୍କ ମୃତ୍ୟୁ ହୋଇଥିଲା । ଚେବା ଉଲାର ଗାଁରେ ଆତଙ୍କବାଦି ଲୁଚି ରହିଥିବା ଖବର ସୁରକ୍ଷାକର୍ମୀ ଜାଣିବା ପରେ ଅପରେସନ ଆରମ୍ଭ କରିଦେଇଥିଲେ । ଏଥିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଥିଲେ ୩ ଆତଙ୍କୀ ।