ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜିଏସଟି କାଉଁସିଲ ବୈଠକ ପୂର୍ବରୁ ଘରୋଇ ମ୍ୟାନୁଫ୍ୟାକଚରିଂ କମ୍ପାନୀ ପାଇଁ ଖୁସି ଖବର ଆଣିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଶୁକ୍ରବାର ଅର୍ଥମନ୍ତ୍ରୀ କର୍ପୋରେଟ ଟ୍ୟାକ୍ସ ଉପରେ ହ୍ରାସ କରିଛନ୍ତି । କମ୍ପାନୀ ପାଇଁ ନୂତନ ନୂତନ କର୍ପୋରେଟ ଟ୍ୟାକ୍ସ ୨୫.୧୭ ପ୍ରତିଶତ କରାଯାଇଛି । ଏହାବ୍ୟତିତ କମ୍ପାନୀକୁ ଆଉ ଅନ୍ୟ କୌଣସି ଟ୍ୟାକ୍ସ ଦେବାକୁ ପଡିବ ନାହିଁ । କର୍ପୋରେଟ କରର ଦର ହ୍ରାସ କରିବା ଦ୍ୱାରା ରାଜସ୍ୱରେ ବର୍ଷକୁ ୧.୪୫ ଲକ୍ଷ କୋଟି ଟଙ୍କା କମିବାର ଅନୁମାନ କରାଯାଉଛି । ସେପଟେ ସେୟାର ମାର୍କେଟ ବଢୁଛି ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିପାଇଁ ନିର୍ମଳା ସୀତାରମଣ ଏକ ଅଧ୍ୟାଦେଶ ଦ୍ୱାରା ଘରୋଇ କମ୍ପାନୀ, ନୂତନ ସ୍ଥାନୀୟ ମ୍ୟାନୁଫ୍ୟାକଚରିଂ କମ୍ପାନୀ ପାଇଁ କର୍ପୋରେଟ କର କମ କରିବାର ପ୍ରସ୍ତାବ ଦେଇଛନ୍ତି ।
ସୀତାରମଣ କହିଛନ୍ତି କି,ଯଦି କୌଣସି ଘରୋଇ କମ୍ପାନୀ କୌଣସି ପ୍ରୋତ୍ସାହନର ଲାଭ ଉଠାଉ ନାହାନ୍ତି, ତେବେ ତାଙ୍କ ପାଖରେ ୨୨ ପ୍ରତିଶତ ଦରର ଆୟକର ଭରିବାର ବିକଳ୍ପ ରହିବ । ଯେଉଁ କମ୍ପାନୀ ଗୁଡିକ ୨୨ ପ୍ରତିଶତ ଦରରେ ଆୟକର ଭରିବା ପାଇଁ ବିକଳ୍ପ ବାଛୁଛନ୍ତି, ସେମାନଙ୍କୁ ନ୍ୟୁନତମ କର ଦେବାର ଆବଶ୍ୟକତା ନାହିଁ । ସେହି ଅନୁଯାୟୀ ଅଧିଶେଷ ଏବଂ ଉପକର ସମେତ ପ୍ରଭାବୀ ଦର ୨୫.୧୭ ପ୍ରତିଶତ ହେବ ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ଅକ୍ଟୋବର ୧ ପରେ ନୂତନ ଘରୋଇ ମ୍ୟାନୁଫ୍ୟାକଚରିଂ କମ୍ପାନୀ ବିନା କୌଣସି ପ୍ରୋତ୍ସାହନରେ ୧୫ ପ୍ରତିଶତ ଦରରେ ଆୟକର ଭରିପାରିବେ । ନୂତନ ମ୍ୟାନୁଫ୍ୟାକଚରିଂ କମ୍ପାନୀ ପାଇଁ ସମସ୍ତ ଅଧିଶେଷ ଏବଂ ଉପକର ସମେତ ଦର ୧୭.୦୧ ପ୍ରତିଶତ ।